Advertisment

ପାତାଳୀ ନଦୀରେ ଡଙ୍ଗା ବୁଡ଼ି ଘଟଣା, ମିଳିଲା ୪ ନିଖୋଜଙ୍କ ମୃତଦେହ

ଆଜି ଦିନ ତମାମ କୋରାପୁଟ ଓଡ୍ରାଫ, ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲେ । ତେବେ ବହୁ ଖୋଜାଖୋଜି ପରେ ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା

Boat Capsized

Boat Capsized

Advertisment

କୋରାପୁଟ ତାନସିଂ ନଦୀଘାଟରେ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ୪ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଗତ ବୁଧବାର ଡଙ୍ଗା ବୁଡ଼ି ଯିବାକୁ ୫ ଜଣ ତାନସିଂ ଗାଁର ନିଖୋଜ ହୋଇଯାଇଥିଲେ । ଗତକାଲି ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisment

ଆଜି ଦିନ ତମାମ କୋରାପୁଟ ଓଡ୍ରାଫ, ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲେ । ତେବେ ବହୁ ଖୋଜାଖୋଜି ପରେ ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକମାନେ ହେଲେ ନବୀନା ଆରଲାବ, ପୁଷ୍ପାଞ୍ଜଳି ଆରଲାବ, ଶାନ୍ତି ଆରଲାବ ଓ ଶଶିରେଖ ଆରଲାବ । ଜଲାପୁଟ ଜଳ ଭଣ୍ଡାରର ଉପର ପାର୍ଶ୍ୱରେ ଥିବା ପାତଳୀ ନଦୀର ତାନସିଂ ନଦୀ ଘାଟରେ ଗତ ବୁଧବାର ଦିନରେ ଡଙ୍ଗା ବୁଡି ତାନସିଂ ଗାଁର ୫ ଜଣ ନିଖୋଜ ହୋଇ ଯାଇଥିଲେ ।

Odisha Koraput Boat Capsized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ