ଭୟଙ୍କର ଦୁର୍ଘଟଣା ପରେ ଏକାଧିକ ଟ୍ରେନ୍‌ ବାତିଲ, ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ପ୍ରଥମେ ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । 

Odisha Train Tragedy

ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ଦୁର୍ଘଟଣା। ଏକାବେଳକେ ତିନୋଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଉଭୟ ଏକ୍ସପ୍ରେସର ୧୭ ବଗି ଓଲଟି ପଡ଼ିଥିଲା। 

ଦୁର୍ଘଟଣା ପରେ କାଲି ପାଇଁ ଏକାଧିକ ଟ୍ରେନ୍‌ ବାତିଲ କରିଛି SER। ହାୱଡା-ପୁରୀ ସୁପରଫାଷ୍ଟ, ହାୱଡା-SMVB ସୁପରଫାଷ୍ଟ ବାତିଲ ହୋଇଛି। ହାୱଡା-ଚେନ୍ନାଇ ମେଲ୍‌, ସାଲିମାର-ପୁରୀ ସୁପରଫାଷ୍ଟ, ସାଲିମାର-ସମ୍ବଲପୁର, ସାନ୍ତ୍ରାଗାଚି-ପୁରୀ ସ୍ପେଶାଲ, ସିଆଲଦା-ପୁରୀ ଦୁରନ୍ତୋ ଏକ୍ସପ୍ରେସ, ପୁରୀ-ହୱଡା, ପୁରୀ-ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ପୁରୀ-ଭଞ୍ଜପୁର ସ୍ପେଶାଲ ଟ୍ରେନ ବାତିଲ କରାଯାଇଛି। ୯ଟି ଟ୍ରେନ୍‌ର ଗତିପଥ ସମ୍ପୂର୍ଣ୍ଣ ଓ ଆଉ ୬ଟିର ଆଂଶିକ ବଦଳିଛି।

ସେପଟେ ଟ୍ରେନ ଦୁର୍ଘଟଣା ନେଇ ଜରୁରୀକାଳୀନ ନଂ ଜାରି କରାଯାଇଛି: