Advertisment

ସିବିଆଇ ଧରିଲା କି ବାହାନଗା ଟ୍ରେନ ଟ୍ରାଜେଡିର ଅସଲ କାରଣ ?

ବଡ଼ ଖବର ହେଉଛି, ବାହାନଗା ଷ୍ଟେସନର ସିଗ୍ନାଲ ଅଫିସର ଏବଂ ଷ୍ଟେସନ ମାଷ୍ଟରଙ୍କୁ ଚାନ୍ଦିପୁରର ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି ସିବିଆଇ ଟିମ୍।

undefined

Train Tragedy

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡିରେ ସିବିଆଇ ହାତରେ କେଉଁ ପ୍ରମାଣ ଲାଗିଲା ? ଦୁର୍ଘଟଣା ପଛର ଦୋଷୀ କିଏ ? ତାକୁ ନେଇ ଲାଗିରହିଥିବା ରହସ୍ୟ ଭିତରେ ସାମ୍ନାକୁ ଆସିଛି ବଡ଼ ଖବର। ବାହାନଗା ବଜାର ଷ୍ଟେସନ ମାଷ୍ଟର ଓ ସିଗ୍ନାଲ ଅଧିକାରୀଙ୍କୁ ସିବିଆଇ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି। ଦୁର୍ଘଟଣା ପଛରେ ଆଉ କିଏ, ସେନେଇ ପ୍ରାୟ ସପ୍ତାହେ ଧରି ଘଣ୍ଟାଚକଟା କରିବା ପରେ ସିବିଆଇ ଆଜି ବାଲେଶ୍ବର ଛାଡୁଥିବା ଚର୍ଚ୍ଚା ହେଉଛି।

Advertisment

ସିବିଆଇ ଧରିଲା କି ବାହାନଗା ଟ୍ରେନ ଟ୍ରାଜେଡିର ଅସଲ କାରଣ? ସିଗ୍ନାଲ ପାନେଲରେ ତ୍ରୁଟି କିମ୍ବା ଇଣ୍ଟରଲକିଂ ସିଷ୍ଟମରେ ଗଡ଼ବଡ଼ିର ପ୍ରମାଣ ପାଇଗଲା କି ? କାରଣ ୭ ଦିନର ଖୋଳତାଡ଼ ଭିତରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏବେ ନିଷ୍କର୍ସରେ ପହଞ୍ଚିଥିବା କୁହାଯାଉଛି। ତାହାରି ଭିତରେ ବଡ଼ ଖବର ହେଉଛି, ବାହାନଗା ଷ୍ଟେସନର ସିଗ୍ନାଲ ଅଫିସର ଏବଂ ଷ୍ଟେସନ ମାଷ୍ଟରଙ୍କୁ ଚାନ୍ଦିପୁରର ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି ସିବିଆଇ ଟିମ୍।

ଦୁର୍ଘଟଣାର ୨ ଦିନ ପରେ ତଦନ୍ତଭାର ହାତକୁ ନେଇଥିବା ସିବିଆଇ ଏହି ୨ ଅଧିକାରୀଙ୍କ ଉପରେ ଫୋକସ୍ ରଖିଥିଲା। ଗତ ୭ ଦିନ ଧରି ଗୁଡ଼େଇ ତୁଡ଼େଇ ତଥ୍ୟ ଆଦାୟ ପରେ ଏବେ ଦୁଇ  ଅଧିକାରୀଙ୍କୁ ଉଠାଇ ନେଇଥିବା କୁହାଯାଉଛି। ଆବଶ୍ୟକ ପଡ଼ିଲେ ସ୍କାନରରେ ଥିବା ସିଗ୍ନାଲ ପାନେଲର ଆଉ କିଛି କର୍ମଚାରୀଙ୍କୁ ସିବିଆଇ ପଚରାଉଚରା କରିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ୭ ଦିନର ତଦନ୍ତ ଭିତରେ ସିବିଆଇ କ’ଣ ପାଇଲା ? ଟ୍ରେନ୍ ଟ୍ରାଜେଡି ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି ? ସେନେଇ ସିବିଆଇ କିନ୍ତୁ ମୁହଁ ଖୋଲୁନି। 

Advertisment

ଜୁନ ୨ ତାରିଖ ସଂଧ୍ୟାର ଭୟଙ୍କର ଟ୍ରେନ୍ ଟ୍ରାଜେଡି ପରଦିନ ଅର୍ଥାତ ଜୁନ୍ ୩ରେ ଗ୍ରାଉଣ୍ଡଜିରୋରେ ଆସି ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ସ୍ଥିତି ସମୀକ୍ଷା କରି ଦୁର୍ଘଟଣା ପଛରେ ଯିଏ ବି ଥିବ କଠୋର କାର୍ଯ୍ୟାନୁଷ୍ଠାନର ଚରମବାଣୀ ବି ଶୁଣାଇଥିଲେ। ଗତ ୫ ତାରିଖରୁ ସିବିଆଇ ଜାରି ରଖିଛି ଛାନଭିନ୍। ସିଗ୍ନାଲ ରୁମର ଲଗବୁକ୍, ରିଲେ ପ୍ୟାନେଲ ସହ ଅନ୍ୟାନ୍ୟ ଉପକରଣକୁ ଜବତ କରିଛି। ଏପରିକି ଷ୍ଟେସନକୁ ନିଜ କବଜାକୁ ନେଇ ସିଲ୍ କରି ରଖିବାରୁ ବାହାନଗା ଷ୍ଟେସନକୁ ନୋ ଷ୍ଟପେଜ ଘୋଷଣା କରାଯାଇଛି। ସେପଟେ ରେଲେଓ୍ୱ ସେଫ୍ଟି କମିଶନର ଦୁର୍ଘଟଣାର କାରଣ ଖୋଜୁଛନ୍ତି। 

ଏପଟେ ରାତି ପାହିଲେ ଟ୍ରେନ ଟ୍ରାଜେଡିକୁ ପୁରିବ ୧୨ ଦିନ। ଏବେ ବି ଭୁବନେଶ୍ବର ଏମ୍ସ ପରିସରରେ ୮୧ ଟି ମୃତଦେହ ପଡ଼ିରହିଥିବାବେଳେ ଦାବିଦାର ଅଛନ୍ତି ୭୫ ଜଣ। ସମସ୍ତଙ୍କ ଡିଏନଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ମୃତଦେହ ଗୁଡ଼ିକର ପରିଚାଳନା ପାଇଁ ଆଜି ଭୁବନେଶ୍ବର ଏମ୍ସ ପରିସରରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଚିହ୍ନଟ ନ ହେବା ଯାଏଁ କଣ୍ଟେନରରେ ସୁରକ୍ଷିତ ଅବସ୍ଥାରେ ଥିବା ଡେଡବଡ଼ି ଗୁଡ଼ିକ ସେମିତି ହିଁ ରହିବ ବୋଲି ସୂଚନା ଦେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ। 

Advertisment

Train Accident CBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ