Advertisment

ଯୁଦ୍ଧାସ୍ତ୍ର ତିଆରି କାରଖାନାରେ ଫୁଟିଲା ବୋମା; ୧୦ରୁ ଅଧିକ ଗୁରୁତର

ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଏକ ଯୁଦ୍ଧାସ୍ତ୍ର ତିଆରି କାରଖାନାରେ ବଡ଼ ବିସ୍ଫୋରଣ। ଏଥିରେ ୧୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ଜଣାପଡିଛି।

Blast At Ordnance Factory

Blast At Ordnance Factory

Advertisment

ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଏକ ଯୁଦ୍ଧାସ୍ତ୍ର ତିଆରି କାରଖାନାରେ ବଡ଼ ବିସ୍ଫୋରଣ। ଏଥିରେ ୧୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ଜଣାପଡିଛି। କିଛି ଲୋକ ବିସ୍ଫୋରଣରେ ଜୀବନ ହରାଇଥିବା ସନ୍ଦେହ କରାଯାଉଛି। ମାତ୍ର ଏଯାଏ କୌଣସି ମୃତଦେହ ଉଦ୍ଧାର କରାଯାଇନି। ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ଖାମରିଆର ସେଣ୍ଟ୍ରାଲ ସିକ୍ୟୁରିଟି ଇନଷ୍ଟିଚ୍ୟୁଟ ଅର୍ଡାନ୍ସ କାରଖାନାରେ ଏହି ବିସ୍ଫୋରଣ ଘଟିଛି। ଯେଉଁଠାରେ ବୋମା ଏବଂ ବିସ୍ଫୋରକ ସାମଗ୍ରୀ ତିଆରି କରାଯାଏ। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିସ୍ପୋରଣରେ ତିନିଜଣ କାରଖାନା କର୍ମଚାରୀ ଆହତ ହୋଇଛନ୍ତି, ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନା ନିଆଯାଇଛି ଏବଂ ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

Advertisment

କାରଖାନାର F-6 ସେକ୍ସନରେ ବୋମା ଭରିବା ସମୟରେ ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଥିବା ଜଣାପଡିଥିଲା। ଏହାପରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାଠାରୁ ପାଞ୍ଚ କିଲୋମିଟର ଦୂର ଯାଏ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା। କାରଖାନା ନିକଟରେ ରହୁଥିବା ବାସିନ୍ଦା କହିଛନ୍ତି ଯେ ଏହା ଏକ ଭୂକମ୍ପ ବୋଲି ସେମାନେ ଭାବିଥିଲେ ଏବଂ ଘରୁ ବାହାରକୁ ଚାଲି ଆସିଥିଲେ। ମାତ୍ର ପରେ ଏହା ଅର୍ଡାନ୍ସ ଫ୍ୟାକ୍ଟ୍ରିର ବିସ୍ଫୋରଣ ବୋଲି ଜଣାପଡିଥିଲା।

Bomb Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ