ରାତି ସାରା ବସାନ୍ତୁ ନାହିଁ ଚାର୍ଜ, ମୋବାଇଲ୍ ଫାଟି ଶିଶୁ ଗୁରୁତର...

ଶିଶୁର ବାପା ଏକ ସଚେତନତା ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ଛୋଟ ପିଲାମାନଙ୍କୁ ମୋବାଇଲ ଦିଅନ୍ତୁ ନାହିଁ । ଯଥା ସମ୍ଭବ ପିଲାଙ୍କଠାରୁ ମୋବାଇଲ ଦୂରେଇକି ରଖନ୍ତୁ । ରାତି ସାରା ମୋବାଇଲକୁ ଚାର୍ଜରେ ବସାନ୍ତୁ ନାହିଁ । ଯାହାଫଳରେ ମୋବାଇଲ ଫାଟିବାର ସମ୍ଭାବନା ରହିଛି।

Mobile Blast

ମୋବାଇଲ୍ ଫାଟି ଜଣେ ଶିଶୁ ଆହତ । ଏହି ଘଟଣା ଘଟିଛି ବଡମ୍ବା ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ । ଶିଶୁଜଣକ ମୋବାଇଲ୍ ଚଳାଉଥିବା ବେଳେ ହଠାତ୍ ବ୍ଲାଷ୍ଟ ହୋଇଥିଲା । ୫ ବର୍ଷ ବୟସର ଏଇ ଶିଶୁ ଜଣକ ହେଉଛନ୍ତି ମଙ୍ଗରାଜପୁର କୈବର୍ତ୍ତ ସାହିର ବଳଭଦ୍ର ଦଳେଇଙ୍କ ପୁଅ ବୈଭବ । ତାଙ୍କୁ ଚିକିତ୍ସା ପାଇଁ ବଡମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଶିଶୁର ବାପା ଏକ ସଚେତନତା ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ଛୋଟ ପିଲାମାନଙ୍କୁ ମୋବାଇଲ ଦିଅନ୍ତୁ ନାହିଁ । ଯଥା ସମ୍ଭବ ପିଲାଙ୍କଠାରୁ ମୋବାଇଲ ଦୂରେଇକି ରଖନ୍ତୁ । ରାତି ସାରା ମୋବାଇଲକୁ ଚାର୍ଜରେ ବସାନ୍ତୁ ନାହିଁ । ଯାହାଫଳରେ ମୋବାଇଲ ଫାଟିବାର ସମ୍ଭାବନା ରହିଛି।

ଅନ୍ୟପଟେ ଏହି ମୋବାଇଲ ଫାଟିବା କାରଣରୁ କୁନି ପୁଅର ଆଣ୍ଠୁ ଭାଗ ଓ ପେଟ ଭାଗ ଜଳିଯାଇଛି । ଏହାସହ ଖଟ ଉପରେ ପଡ଼ିଥିବା ଗଦି ମଧ୍ୟ ଜଳିଯାଇଛି । ସେହି ପାଖରେ ଥିବା ଟାୱାଲ ଏବଂ ବେଡସିଟ୍‌ ମଧ୍ୟ ଜଳିଯାଇଥିବା ପରିବାର ଲୋକ କହିଛନ୍ତି ।