ରାସ୍ତା ଉପରେ ଅଚାନକ ଜଳିଗଲା ମୋ ବସ୍‌

ଅଘଟଣ ଆଶଙ୍କା କରି ତୁରନ୍ତ ଗାଡିରୁ ଯାତ୍ରୀ ଓହ୍ଲାଇ ପଡିଥିଲେ । କିଛି ସମୟ ପରେ ବସ୍‌ଟି ଜଳିଯାଇଥିଲା ।

Mo Bus Fire In Cuttack CDA 9

ଅଳ୍ପକେ ବଡ ଧରଣର ଅଘଟଣରୁ ବର୍ତ୍ତିଲେ ମୋ ବସ୍ ଯାତ୍ରୀ । କଟକ ସିଡିଏ ସେକ୍ଟର-୯ରେ ଆଜି 'ମୋ ବସ୍' ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ମୋ ବସ୍‌ଟି ପୁରୀରୁ ଯାତ୍ରୀଙ୍କୁ ଧରି କଟକ ଆସୁଥିଲା । ସିଡିଏ ସେକଟର -୯ରେ ପ୍ରଥମେ ଧୂଆଁ ବାହାରୁଥିବା ଜାଣି ବସ୍ ଡ୍ରାଇଭର ଗାଡିଟିକୁ ଅଟକାଇ ଦେଇଥିଲେ । କୌଣସି ଅଘଟଣ ଆଶଙ୍କା କରି ତୁରନ୍ତ ଗାଡିରୁ ଯାତ୍ରୀ ଓହ୍ଲାଇ ପଡିଥିଲେ । କିଛି ସମୟ ପରେ ବସ୍‌ଟି ଜଳିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ କିଭିଳି ବସରେ ନିଆଁ ଲାଗିଲା, ତାର କାରଣ ସ୍ପଷ୍ଟ ହୋଇନି ।