Advertisment

୫ ଦିନ ପରେ ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍ ପ୍ରକାଶଙ୍କ ମୃତଦେହ...

୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସୁଥିବା ଅବସ୍ଥାରେ ଓମ୍ ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି। ସୋମବାର ରିଲ୍ସ କରିବା ବେଳେ ପାଣିରେ ଖସିପଡ଼ିଥିଲେ ଯୁବକ।

ଅଦ୍ୟତନ ହୋଇଛି
Tapanga Student Missing Case

Tapanga Student Missing Case

Advertisment

ଖୋର୍ଦ୍ଧା ତାପଙ୍ଗ ଖଣି ପାଣିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଓମ୍ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

Advertisment

ସୋମବାର ରିଲ୍ସ କରିବା ବେଳେ ପାଣିରେ ଖସିପଡ଼ିଥିଲେ ଯୁବକ। ଗତ ୮ ତାରିଖରେ ଭୁବନେଶ୍ବର ଏବଂ ଖୋର୍ଦ୍ଧାରୁ ୩ଜଣ ଯୁବକ ଏବଂ ଜଣେ ଯୁବତୀ ଖୋର୍ଦ୍ଧା ତାପଙ୍ଗର ପଥର ଖଣି ନିକଟରେ ରିଲ୍ସ କରୁଥିଲେ। ହଠାତ ଗୋଡ ଖସିଯିବାରୁ ଦୁଇଜଣ ଯୁବକ ଗଭୀର ପାଣିକୁ ଚାଲିଗଲେ। ଜଣଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଖୋର୍ଦ୍ଧାର ଯୁବକ ଓମ ପ୍ରକାଶ ରଥ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ୨୦୦ ଫୁଟର ଗଭୀର ପାଣିରେ ସର୍ଚ୍ଚ ଅପରେସନ୍ ହୋଇଥିଲା।

ଅଧିକ ପଢ଼ନ୍ତୁ: ଅଧା ରହିଗଲା ପୁଅ ବାହାଘର; ବରପିତାକୁ ଦଳିଦେଲା ବରଯାତ୍ରୀ ବସ୍‌

ତେବେ ନିଖୋଜ ଯୁବକ ଓମ୍ ପ୍ରକାଶଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ହୋଇଥିଲା । ଉଦ୍ଧାରରେ ସାମିଲ ହୋଇଥିଲା ରାଉରକେଲା NITର ସ୍ୱତନ୍ତ୍ର ରୋବଟ୍ । NDRF, ଓଡ୍ରାଫ୍ , ନାଭାଲ ଟିମ୍ ସହ ଅଗ୍ନିଶମ ବାହିନୀ ମଧ୍ୟ ଏହି ଅପରେସନରେ ସାମିଲ ହୋଇଥିଲା ।

Advertisment

ତାପଙ୍ଗର ଏହି ଖଣି ଅଞ୍ଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଛି। ତେଣୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି। ପାଣିରେ ବୁଡ଼ି କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତଥାପି କିଛି ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ଦୁର୍ଘଟଣା ନେଲା ମୁଣ୍ତ; ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର

Student Missing Case Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ