Advertisment

ଅପହରଣ ନୁହେଁ ଭୟଙ୍କର ଦୁର୍ଘଟଣାର ଶିକାର ! ମିଳିଲା ୪ ନିଖୋଜଙ୍କ ମୃତଦେହ

ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍‌ଟି ରାସ୍ତାକଡ଼ କୂଅ ଭିତରୁ ଠାବ କରାଯାଇଛି।

ଅଦ୍ୟତନ ହୋଇଛି
Nabarangpur Missing Case

Missing Of Four Persons From Nabarangpur Found Inside From Open Well

Advertisment

ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍‌ଟି ରାସ୍ତାକଡ଼ କୂଅ ଭିତରୁ ଠାବ କରାଯିବା ସହ ୪ ମୃତଦେହ ଗାଡ଼ି ଭିତରୁ ମିଳିଛି। ଏମାନେ ହେଲେ ନବରଙ୍ଗପୁର ରାଇଘରର ସପନ ସରକାର, ପତ୍ନୀ ଇତିଶ୍ରୀ, ଶାଳକ ବିଶ୍ୱଜିତ୍‌ ଏବଂ ପଡ଼ୋଶୀ ହାଜାରି ଢାଲି।

Advertisment

ସମସ୍ତେ ଏକାଠି  ଛତିଶଗଡ଼ କାଙ୍କେରକୁ ଏକ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ। ହେଲେ ସେଠାରୁ ଆଉ ଘରକୁ ଫେରିନଥିଲେ। ତେଣୁ ସେମାନଙ୍କୁ କେହି ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା କୂଅ ଭିତରୁ କାର୍‌କୁ ବାହାର କରାଯାଇଥିଲା। ଏହାରି ମଧ୍ୟରୁ ୪ ମୃତଦେହ ଉଦ୍ଧାର କରାଯାଇଛି। । ପୂର୍ବରୁ ଅପହରଣ ନେଇ ସନ୍ଦେହ କରାଯାଉଥିବା ବେଳେ ଏବେ ସମସ୍ତ ୪ ଜଣ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଶନିବାର ଦିନ ଛତିଶଗଡ଼ କାଙ୍କେରରୁ ବିବାହ ଭୋଜି ଖାଇ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ। ବିଶ୍ୱଜିତ୍‌ଙ୍କ ଘର କୋଣ୍ଡାଗାଁରେ ହୋଇଥିବାରୁ ରାତିରେ ସେଠି ରହିବେ ବୋଲି ସେମାନେ ନିଷ୍ପତ୍ତି ନେଇଥିଲେ। ହେଲେ ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କର ଫୋନ୍ ଆଉ ଲାଗିନଥିଲା।

୪ ଜଣଙ୍କ ସମ୍ପର୍କରେ କୌଣସି ପତ୍ତା ନମିଳିବାରୁ ଏନେଇ ପରିବାର ପକ୍ଷରୁ କାଙ୍କେର କତୁଆଲି ଥାନାରେ ଏତଲା ଦେଇଥିଲେ। ଅପହରଣ ସନ୍ଦେହ କରି ପରିବାର ଲୋକେ ଏତଲା ଦେଇଥିଲେ। ନବରଙ୍ଗପୁର ରାଇଘର ତହସିଲର ସୁପରଭାଇଜର ହେଉଛନ୍ତି ସପନ ସରକାର।

Advertisment
Accident Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ