Advertisment

କଟକରେ ଦୁଇ ଦିନରେ ଦୁଇ ଦୁଇଟି ଅଘଟଣ; ଆକ୍ସନ ମୋଡରେ ପ୍ରଶାସନ

ଦୁଇ ପାଇପ୍ ମଧ୍ୟରେ ଚାପି ହୋଇଯାଇଥିଲେ ନାବାଳିକା । ସ୍ଥାନୀୟ ଲୋକଙ୍କ ସହାୟତାରେ ଜେସିବି ଦ୍ୱାରା ଅଧଘଂଟା ଧରି ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ନାବାଳିକା । ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଏସସିବି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଶେଷରେ ଆଖିବୁଜିଲା ନାବାଳିକା ଝିଅଟି ।

Minor girl succumbs to injuries after falling into box drain in Odisha’s Cuttack

Minor girl succumbs to injuries after falling into box drain in Odisha’s Cuttack

Advertisment

କଟକରେ ଦି ଦିନରେ ଦୁଇ ଦୁଇଟି ଅଘଟଣ ଘଟିଲାଣି । ତାଳଦଣ୍ଡା କେନାଲକୁ କାର୍ ଖସି ଜଣେ ବ୍ୟକ୍ତି ପ୍ରାଣ ହରାଇବାର ୨୪ ଘଂଟା ନପୁରୁଣୁ ଆଜି ଆଉ ଏକ ଅଘଟଣ ଘଟିଛି । କେଶରପୁର ଅଂଚଳରେ ବକ୍ସ ଡ୍ରେନ୍ କାମ ଚାଲୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଜଣେ ନାବାଳିକା । ଅସ୍ଥାୟୀ ପୋଲ ଦେଇ ପାର୍ ହେଉଥିବା ବେଳେ ନାବାଳିକାଙ୍କ ଉପରେ ଖସି ପଡିଥିଲା ଲୁହା ପାଇପ୍ ।

Advertisment

ଦୁଇ ପାଇପ୍ ମଧ୍ୟରେ ଚାପି ହୋଇଯାଇଥିଲେ ନାବାଳିକା । ସ୍ଥାନୀୟ ଲୋକଙ୍କ ସହାୟତାରେ ଜେସିବି ଦ୍ୱାରା ଅଧଘଂଟା ଧରି ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ନାବାଳିକା । ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଏସସିବି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଶେଷରେ ଆଖିବୁଜିଲା ନାବାଳିକା ଝିଅଟି । ରାସ୍ତା କଡରେ ବ୍ୟାରିକେଡ୍ ନକରି କାମ କରୁଥିବାରୁ ଅଘଟଣ ଘଟିଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏପଟେ ଗତକାଲି ଜଣଙ୍କ ଜୀବନ ଯିବା ପରେ ହଠାତ୍ ଆକ୍ସନ ମୋଡକୁ ଆସିଯାଇଛି ପ୍ରଶାସନ । ମାତୃଭବନ-ନୂଆବଜାର ତାଳଦଣ୍ଡା କେନାଲ ରାସ୍ତାରେ ବ୍ୟାରିକେଡିଂ କରାଯାଇଛି । ସୂଚନା ଫଳକ ବି ଲାଗିଛି । ସେହି ରାସ୍ତା ଦେଇ ଗାଡି ଚଳାଚଳ ବନ୍ଦ କରି ଦିଆଯାଇଛି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏତେ ବଡ ଅଘଟଣ ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । R & B ଅଧୀକ୍ଷଣ ଯନ୍ତ୍ରୀ ଓ କଟକ ସଦର ଉପଜିଲ୍ଲାପାଳ ଘଟଣାର ତଦନ୍ତ କରି ଖୁବଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି । ସେପଟେ ପ୍ରଶାସନର ତଦନ୍ତ ନିର୍ଦ୍ଦେଶ ପରେ ବି ଥମିନି ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ।

Advertisment

କଟକରେ ଏଭଳି ଦୁର୍ଘଟଣା ନୂଆ ନୁହେଁ । ଗତବର୍ଷ ଛତ୍ର ବଜାର ପୋଲ ନିକଟରେ ମାଟି ଧସି ଦୁଇ ଜଣ ଶ୍ରମିକଙ୍କ ଜୀବନ ଯାଇଥିଲା । ସେହିପରି ରାସ୍ତା ଓ ଡ୍ରେନ୍ ମରାମତି ନାଁରେ ବର୍ଷ ବର୍ଷ ଧରି ଜାଇକା ଚଲାଇଥିବା କାମରେ ବିଳମ୍ବ ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଛି । ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ବେପରୁଆ ନ ହୋଇ ଲୋକଙ୍କ ଧନ ଜୀବନର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।

Minor Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ