Advertisment

Road Accident: ରାସ୍ତା ପାର ହେଉଥିଲା; ନାବାଳକ ଉପରେ ମାଡ଼ିଗଲା ଟ୍ରକ୍

ବାଦଲ ସଙ୍କଟପାଲି ଗାଁକୁ ବାପାଙ୍କ ସହ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲା। ଆଜି ଘରକୁ ଫେରିଥାନ୍ତା। ହେଲେ ସବୁ ଓଲଟପାଲଟ ହୋଇଗଲା। ନିର୍ଦ୍ଦୟ ହୋଇ ହୋଇଗଲା ଦଇବ। ମା’ କୋଳରୁ ପୁଅକୁ ଛଡ଼ାଇ ନେଲା। ରାସ୍ତା ପାର ହୋଇ ଆସୁଥିବା ବେଳେ ନାବାଳକ ଉପରେ ମାଡ଼ିଗଲା ଟ୍ରକ୍।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ପୁଅ ଆଜି ଘରକୁ ଫେରିବ...। ଏଥିପାଇଁ ମା’ ପୁଅର ମନ ପସନ୍ଦର ଖାଇବା ବନାଇ ତାର ଆସିବା ବାଟକୁ ଅନାଇ ବସିଛି। ହେଲେ ପୁଅ ଆଉ ଫେରିଲା ନାହିଁ। ଫେରିଲା ତ ମୃତଦେହ।

Advertisment

ରାସ୍ତା ପାର ହେଉଥିବା ବେଳେ ନାବାଳକ ଉପରେ ଚଢ଼ିଗଲା ଟ୍ରକ୍। ଦୁର୍ଘଟଣାରେ ନାବାଳକଙ୍କ ମୃତ୍ୟୁ ଘଟିଛି।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଛେନାପଦି ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଦୋଳପତି ଗାଁର କାଳିଆ ମୁଣ୍ଡାଙ୍କ ପୁଅ ବାଦଲ ମୁଣ୍ଡ। (୫ବର୍ଷ)।

ଅଧିକ ପଢ଼ନ୍ତୁ: ରାସ୍ତାରେ ଲୋଟିଛି ସାଇକେଲ୍... ଆଗରେ ଝୁଲିଛି ବିସ୍କୁଟ ଜରି...

ବାଦଲ ସଙ୍କଟପାଲି ଗାଁକୁ ବାପାଙ୍କ ସହ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲା। ଆଜି ଘରକୁ ଫେରିଥାନ୍ତା। ହେଲେ ସବୁ ଓଲଟପାଲଟ ହୋଇଗଲା। ନିର୍ଦ୍ଦୟ ହୋଇଗଲା ଦଇବ। ମା’ କୋଳରୁ ତାର ପୁଅକୁ ଛଡ଼ାଇ ନେଲା। ରାସ୍ତା ପାର ହୋଇ ଆସୁଥିବା ବେଳେ ନାବାଳକ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ଘଟିଛି।

Advertisment

ନାବାଳକର ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସେସୋ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ଅଧିକ ପଢ଼ନ୍ତୁ:  ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍‌

Road Accident Kendujhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ