ରାଜଧାନୀର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୮ମ ମହଲାରେ ଲାଗିଛି ନିଆଁ

ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ସକାଳୁ ନିଆଁ ଲାଗିଛି । ଆପାର୍ଟମେଣ୍ଟର ୭ମ ମହଲାରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ ।

Fire

ହୁତ୍ ହୁତ୍ ହୋଇ ଜଳିଗଲା ଫ୍ଲାଟ୍ । ଚାହୁଁ ଚାହୁଁ ଛାରଖାର ହୋଇଗଲା । ଭୁବନେଶ୍ବର ପଟିଆ ଛକରେ ଥିବା ଏକ ବହୁତଳ ଆପାର୍ଟମେଣ୍ଟରେ ଲାଗିଛି ନିଆଁ । ମିଳିଥିବା ସୂଚନା ମୁତାବକ ନବମ ଫ୍ଲୋର୍‌ର ଏକ ଫ୍ଲାଟରେ ଆଜି ସକାଳୁ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଘରେ କେହି ନଥିବା ବେଳେ ଫ୍ଳାଟରେ କୌଣସି କାରଣରୁ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର ପ୍ରଭାବ ଏତେ ଅଧିକ ଥିଲା ଯେ, ଏହା ଆଖପାଖ ଅଞ୍ଚଳକୁ ବ୍ୟାପି ଯାଇଥିଲା।

ପଢନ୍ତୁ ଏହି ଖବର: କାରକୁ ଧକ୍କା ଦେଇ ବ୍ରିଜରୁ ତଳକୁ ଖସିଲା ଟ୍ରକ୍, ଜଣେ ମହିଳା ମୃତ

ସୂଚନା ଅନୁସାରେ ଆଜି ସକାଳ ୬.୩୦ ସମୟରେ ପଟିଆ ଛକରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା । ଫ୍ଲାଟ୍‌ ନମ୍ବର ୮୦୩ରେ ଧୁଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଲୋକ । ଅଗ୍ନିଶମ ବାହିନୀର ୨ଟି ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ବେଶ୍‌ କିଛି ଘଣ୍ଟାର ଅପରେସନ୍‌ ପରେ ନିଆଁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ ହୋଇଛି । ସବୁଠୁ ବଡ଼ କଥା ହେଉଛି ଅଗ୍ନିକାଣ୍ଡ ପରେ ଅନ୍ୟ ଫ୍ଲାଟରେ ଥିବା ଲୋକଙ୍କୁ ସେଠୁ ରେସ୍କ୍ୟୁ କରିବା କାଠିକର ହୋଇପଡ଼ିଥିଲା । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ଦେଇଛି ଅଗ୍ନିଶମ ବିଭାଗ ।