Fire Breaks Out: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ, ଜଳିଗଲା ୧୦ ମାଛଧରା ବୋଟ୍

ପାରଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ନିଆଁ ଲାଗିବା ଖବର ପାଇ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଘଟଣାସ୍ଥଳରେ ୮ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭା କାମରେ ଲାଗିଥିଲେ ।

ଭୟଙ୍କର ଅଗ୍ନିକାଣ୍ଡ

ପାରାଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ବଡ଼ ଧରଣର ଅଗ୍ନିକାଣ୍ଡ । ଭୟଙ୍କର ନିଆଁରେ ଜଳିଗଲା ୧୦ଟି ବୋଟ୍ । ପ୍ରଥମେ ଗୋଟିଏ ବୋଟ୍‌ରେ ନିଆଁ ଲାଗିଥିଲା, ଯାହା ପରେ ଧିରେ ଧିରେ ଅନ୍ୟ ବୋଟ୍ ଗୁଡ଼ିକୁ ବ୍ୟାପି ଯାଇଥିଲା । ନିଆଁ ଏତେ ତୀବ୍ର ଥିଲା ଯେ, କାବୁ କରିବା ସହଜ ହୋଇନଥିଲା ।

ଅଧିକ ପଢ଼ନ୍ତୁ: କିଟ୍ କେଳେଙ୍କାରୀ: ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍, IRO ଅଫିସରଙ୍କୁ ଘାଣ୍ଟୁଥିବା ସୂଚନା 

ତେବେ ପାରଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ନିଆଁ ଲାଗିବା ଖବର ପାଇ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଘଟଣାସ୍ଥଳରେ ୮ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭା କାମରେ ଲାଗିଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ଜେଟିରେ ଆହୁରି ଅନେକ ବୋଟ୍ ଥିବାରୁ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରାଯାଉଛି । ସେପଟେ କେମିତି ମାଛଧରା ଜେଟିରେ ନିଆଁ ଲାଗିଲା ତା’ର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପାରାଦୀପର ୫ଟି ଥାନାର ପୋଲିସ ମଧ୍ୟ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।