Fire
ଭୁବନେଶ୍ୱର ସ୍ଥିତ ସହିଦ ନଗରରେ ଥିବା ମିକ୍ସଚର ଫ୍ୟାକ୍ଟ୍ରିରେ ଭୟବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି।
ଆଜି ଭୋର ୫ଟା ସମୟରେ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଫୋନ୍ କରିଥିଲେ ଓ ଏଥିସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ୩ ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ହେଲେ ୨ ଘଣ୍ଟାରୁ ଅଧିକ ସମୟ ହେଲା ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ପ୍ରବଳ ଧୂଆଁ ବହାରୁ ଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇ ପଡ଼ିଛି ।
ଅଧିକ ପଢ଼ନ୍ତୁ: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୬ ଜଣ ଜୀବନ୍ତ ଦଗ୍ଧ
ଏହି ଅଘଟଣରେ ମିକ୍ସଚର ଫ୍ୟାକ୍ଟ୍ରିରେ ଥିବା କୌଣସି କର୍ମଚାରୀଙ୍କର କିଛି ହୋଇନାହିଁ। ମିକ୍ସଚର ଫ୍ୟାକ୍ଟ୍ରି ପାଖରେ ଥବା ଔଷଧଦୋକନକୁ ନିଆଁ ବ୍ୟାପି ଯାଇଛି। ଅନ୍ୟ ଦୋକାନରେ ମଧ୍ୟ ନିଆଁ ବ୍ୟାପିବାର ସମ୍ଭାବନା ରହିଛି। ତେବେ କିପରି ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଲା ତାହା ଜଣା ପଡ଼ିନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Fire_1741401514.jpg)