Advertisment

ରେଳ ଦୁର୍ଘଟଣାରେ ଭିଣୋଇ ସିନା ବଞ୍ଚିଗଲେ କିନ୍ତୁ ଭାଇ ଚାଲିଗଲେ

ଜଣେ ବ୍ୟକ୍ତି ତାଙ୍କ ପରିବାରର ୨ ଲୋକଙ୍କୁ ଖୋଜି ସୋର ମେଡ଼ିକାଲରେ ପହଞ୍ଚିଛନ୍ତି। ଆଉ ତା ପରେ...

ଅଦ୍ୟତନ ହୋଇଛି
man looses brother in odisha Train Tragedy

man looses brother in odisha Train Tragedy

Advertisment

ବାହାନଗା ଟ୍ରେନ୍‌ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୮୦ରେ ପହଞ୍ଚିଛି। କିଏ ତାର ପ୍ରିୟ ପରିଜନ ହରାଇ କାନ୍ଦୁଛି ତ କିଏ ଖୋଜି ଖୋଜି ନପାଇ ନିରାଶ ହୋଇ ବସିଛି। ଏ ଦୃଶ୍ୟକୁ ଯିଏ ବି ଦେଖିବ, ତାର ଆଖି ଲୁହରେ ଜକେଇ ଆସିବ। ଜଣେ ବ୍ୟକ୍ତି ତାଙ୍କର ପରିବାରର ୨ ଲୋକଙ୍କୁ ଖୋଜି ସୋର ମେଡ଼ିକାଲରେ ପହଞ୍ଚିଛନ୍ତି। ଆଉ ତା ପରେ... 

Advertisment

ଏନେଇ ମେଡିକାଲ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଟ୍ରେନ୍‌ରେ ମୋର ଭାଇ ଓ ଭିଣୋଇ ଏହି ଟ୍ରେନ୍‌ରେ ଯାଉଥିଲେ। ଜଣେ ଡ଼ାକ୍ତରଙ୍କ ପରାମର୍ଶ ପାଇଁ ସେ କଟକ ଯାଇଥିଲେ। ଥରେ ଫୋନ୍‌ କରି ମୋ ଭାଇ ବାପାଙ୍କ ସହ କଥା ହୋଇଥିଲେ। କିନ୍ତୁ ଖବର ଶୁଣିବା ପରେ ଫୋନ୍‌ କଲୁ, ଫୋନ୍‌ ଲାଗିଲାନି। କିଛି ସମୟ ପରେ ସୋର ହସ୍ପିଟାଲରୁ ମୋ ପାଖକୁ ଫୋନ ଯାଇଥିଲା। ତୁରନ୍ତ ଆସି ପହଞ୍ଚିବା ପାଇଁ କୁହାଯାଇଥିଲା। ଆସି ଦେଖିଲା ବେଳକୁ ଭିଣୋଇ ଅଛନ୍ତି କିନ୍ତୁ ଭାଇ ଚାଲିଗଲେ।  ଭିଣୋଇଙ୍କ ଛାତିରେ ଆଘାତ ଲାଗିଛି। ଭାଇ ଚାଲିଯିବେ ବୋଲି ସ୍ୱପ୍ନରେ ସୁଦ୍ଧା ଭାବିନଥିଲି।

Advertisment

ବାଲେଶ୍ୱର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଏଯାବତ୍‌ ୨୩୦ରୁ ଅଧିକ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିବ ବୋଲି ଆଶଙ୍କା କରାଯାଇଛି। କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା। ଏଥିରେ କରମଣ୍ଡଳର ୧୫ ବଗି ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସର ୨ ବଗି ଲାଇନଚ୍ୟୁତ ହୋଇଛି। 

Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ