Fire
ବାଣ ନିଆଁ ଲାଗି ଜଳିଗଲା ପ୍ରଭୁ ଜଗନ୍ନାଥଙ୍କ ରଥ। ଏପରି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ରଥ ଛକଠାରେ।
ସୁକିନ୍ଦା ରଥ ଛକଠାରେ ପ୍ରଭୁ ଜଗନ୍ନାଥଙ୍କ ରଥକୁ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ସେହି ରାସ୍ତାରେ ବିବାହ ପ୍ରୋସେସନ୍ ଯାଉଥିଲା। ବରଯାତ୍ରୀମାନେ ପ୍ରୋସେସନ ସମୟରେ ବାଣ ଫୁଟାଉଥିଲେ। ଏହି ସମୟରେ ବାଣର ନିଆଁ ମହାପ୍ରଭୁଙ୍କ ରଥରେ ଲାଗିଥିବା ଛଣ ସଂସ୍ପର୍ଶରେ ଆସିଯାଇଥିଲା।
ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖି ଲିଭାଇବାକୁ ଉଦ୍ୟମ କରିଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇଥିଲା। ନିଆଁରେ ପ୍ରଭୁଙ୍କ ରଥର କିଛି ଅଂଶ ପୋଡ଼ି ଯାଇଥିଲା।
ବାଣ ଫୁଟାଇବା ବେଳେ ଅସାବଧାନତା କାରଣରୁ ମହାପ୍ରଭୁଙ୍କ ରଥରେ ନିଆଁ ଲାଗି ଯାଇଥିବା ଜଣାଯାଇଛି। ରଥରେ ନିଆଁ ଲାଗିବା ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Fire_1740027335.jpg)