Advertisment

ଭସାଣି ଉତ୍ସବରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ବାଣୁଆ

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଜଣେ ବାଣୁଆଙ୍କ ମୃତ୍ୟୁ ହୋଇଛି । ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା।

ଅଦ୍ୟତନ ହୋଇଛି
Kendrapara firecracker mishap: 1 injured person succumbs while under treatment

Kendrapara firecracker mishap: 1 injured person succumbs while under treatment

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଜଣେ ବାଣୁଆଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଉଦୟ ଭୋଇ। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଉଦୟ ଆଖି ବୁଜିଛନ୍ତି। ବାଣ ବିସ୍ଫୋରଣରେ ଉଦୟଙ୍କ ସମେତ ୨ ଜଣ ବାଣୁଆ ଗୁରୁତର ଆହତ ହୋଇଥିଲେ। ଏହାପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

ସୂଚନାଥାଉ କି, ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିଲା। ଡିଜେର ତାଳେ ତାଳେ ଲୋକେ ନାଚୁଥିଲେ। ବାଣ ବି ଫୁଟୁଥିଲା। ଶତାଧିକ ଲୋକ ଭସାଣି ଦେଖୁଥିଲେ। ଠିକ୍‌ ଏହି ସମୟରେ ଗୋଟିଏ ବାଣ ‌ଆକାଶକୁ ଯାଇ ଫୁଟିବା ବଦଳରେ ବାଣୁଆ ରଖିଥିବା ବାଣ ବସ୍ତା ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଭୟଙ୍କର ବିସ୍ପୋରଣ ହୋଇଥିଲା।  ଏଥିରେ ୪୦ ଜଣ ଆହତ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ICUରେ ଅଛନ୍ତି। 

SCBର ବର୍ଣ୍ଣ ଆଇସିୟୁରେ ୫ ଜଣ, ସେଣ୍ଟ୍ରାଲ ଆଇସିୟୁରେ ୨ ଜଣ ଏବଂ ଆଇସିୟୁରେ ୩ ଜଣଙ୍କ ଚିକିତ୍ସାଧୀନ ଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୱାର୍ଡରେ ମଧ୍ୟ ୨୩ ଜଣ ଚିକିତ୍ସିତ ହେଉଥିଲେ। ଅନ୍ୟପକ୍ଷେ, ଘଟଣାକୁ ନେଇ ସଦର ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତ ହେଲେ- ବାଲିଆ ଅଞ୍ଚଳର ବୁଲୁ ମଲ୍ଲିକ, ଅରକ୍ଷୀତ ମଲ୍ଲିକ ଓ ଚିଲୁ ଦାସ। ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। 

Advertisment
Fire Crackers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ