କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ, ଓଲଟିପଡ଼ିଲା ଏକାଧିକ ବଗି

ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରନ୍‌ଟି କରମଣ୍ଡଳ ଏକ୍ସପ୍ରେସ୍‌ ବୋଲି ଜଣାପଡ଼ିଛି ।

Karamandal Express

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ଓଲଟିପଡ଼ିଲା କରମଣ୍ଡଳର ଏକାଧିକ ବଗି । ଅନେକ ଲୋକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ । ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଟି କରମଣ୍ଡଳ ଏକ୍ସପ୍ରେସ ବୋଲି ସୂଚନା ରହିଛି । ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିବା ଜଣାପଡ଼ିଛି । କରମଣ୍ଡଳର ୩ରୁ ଅଧିକ ବଗି ଓଲଟି ପଡ଼ିଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ହୋଇଥିବା ସୂଚନା । ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଥିବା ମଧ୍ୟ ଖବର ରହିଛି । ଏହାସହ ଅନେକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସୁଛି ।