Advertisment

ବାଇକ୍ ଚାଳକଙ୍କୁ ପିଟିଲା ରାନୀ ପଣ୍ଡାଙ୍କ କାର୍, ଘଟଣାସ୍ଥଳରେ ଉତ୍ତେଜନା

ଦୁର୍ଘଟଣାରେ କାର୍‌ର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି।

ଅଦ୍ୟତନ ହୋଇଛି
Rani panda car accident

Rani panda car accident

Advertisment

ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିବା ସୂଚନା ମିଳିଛି। ଏଥିରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଥିବା କୁହାଯାଉଛି। କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳଖାଇ ଛକ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Advertisment

ଆଠଗଡ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଥିବାବେଳେ କେମିତି କାର୍-ବାଇକ୍ ମଧ୍ୟରେ ଦୁର୍ଘଟଣା ହେଲା ସ୍ପଷ୍ଟ ହୋଇନି। ଦୁର୍ଘଟଣାରେ କାର୍‌ର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି।

Advertisment
କମେଡିଆନ୍‌ ରାଜୁ ଦାସଙ୍କ ରିସେପସନ୍‌ ପାର୍ଟିରେ ରାନୀ ପଣ୍ଡା ସାମିଲ ହେବାର ଫଟୋକମେଡିଆନ୍‌ ରାଜୁ ଦାସଙ୍କ ରିସେପସନ୍‌ ପାର୍ଟିରେ ରାନୀ ପଣ୍ଡା ସାମିଲ ହେବାର ଫଟୋ

ରାନୀ ପଣ୍ଡା କମେଡିଆନ୍ ରାଜୁ ଦାସଙ୍କ ବିବାହ ରିସେପ୍‌ସନ୍‌ରେ ଯୋଗ ଦେଇ ସେଠାରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଏନେଇ ରାଣୀ ପଣ୍ଡା କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।  

Rani Panda Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ