bus falls off flyover
ଯାଜପୁରରେ ଓଭର ବ୍ରିଜ୍ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଏନ୍ ଏଚ୍ -୧୬ର ବାରବାଟୀ ଛକ ପାଖରେ ବସ୍ ଖସିଥିବା ବେଳେ ଦୁର୍ଘଟଣାରେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଧର୍ମଶାଳା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ବଢିବାରେ ମଧ୍ୟ ଆଶଙ୍କା ରହିଛି । ଉଦ୍ଧାର କାର୍ଯ୍ୟରେ ୧୬ ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ବେଳେ , ବସ୍ ଉଠାଇବାକୁ ଆସିଛି କ୍ରେନ୍ ।
ସୂଚନା ଅନୁସାରେ ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣ ଘଟିଛି । ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ସୂଚନା ରହିଛି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।
ଅନ୍ୟପଟେ ବସ୍ ଦୁର୍ଘଟଣାରେ ପ୍ରାୟ ୧୫ ଗୁରୁତର SCBରେ ପହଞ୍ଚିଲେ । ଅନ୍ୟ ଗୁରୁତର ବଡ଼ ମେଡିକାଲ ଅଭିମୁଖେ ଆସୁଥିବା ସୂଚନା ରହିଛି । ଗୁରୁତରଙ୍କ ଚିକିତ୍ସା ପାଇଁ ବଡ଼ ମେଡିକାଲ୍ରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଛି । ୫ ଗୁରୁତରଙ୍କୁ ଆଇସିୟୁକୁ ସ୍ଥାନାନ୍ତର ହୋଇଥିବା ସୂଚନା ।
ସେପଟେ ବସ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରିଛନ୍ତି ସରାକାର । ୩ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ଆହତଙ୍କ ଉପଯୁକ୍ତ ଚିକିତ୍ସା ସହାୟତା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713196674.jpg)