Road Mishap : ବିଦାୟ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗଦେବା ପୂର୍ବରୁ ଚାଲିଗଲା ଡିଏସ୍‌ପିଙ୍କ ଜୀବନ

ଦୁର୍ଘଟଣାରେ ଡିଏସପି ବଳରାମ ନାୟକଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କର ଜଣେ ସଂପର୍କୀୟଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ଭୟଙ୍କର ଦୁର୍ଘଟଣା ।

ରାଜ୍ୟରେ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ରାଜରାସ୍ତାରେ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । ପୁଣି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକ୍‌ ରଂଗ୍ ରୁଟରେ ଆସି ଭାରସାମ୍ୟ ହରାଇ କାର୍‌କୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି ।

ମୃତକଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍‌ପି ବୋଲି ଜଣାପଡିଛି । ତାଙ୍କର ଜଗତସିଂହପୁର ବଦଳି ହୋଇ ଯାଇଥିବାରୁ ତାଙ୍କୁ ପାଇଁ ଆଜି ବିଦାୟ ସମ୍ୱର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ମୃତ ଡିଏସ୍‌ପି ସେହି ଉତ୍ସବରେ ଯୋଗଦେବା ପାଇଁ ଯାଉଥିଲେ ।

ମିଳିଥିବା ସୂଚନା ଅନୁସାରେ ଡିଏସ୍‌ପି ବଳରାମ ନାୟକ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ନିଜ ଘରୁ ଯାଜପୁର ଆସୁଥିଲେ । ଦୁର୍ଘଟଣା ଘଟିବା ସମୟରେ କାରରେ ଡିଏସ୍‌ପି ବଳରାମ ଏବଂ ତାଙ୍କର ଜଣେ ସମ୍ପର୍କୀୟ କୃଷ୍ଣଚନ୍ଦ୍ର ନାୟକ ଥିଲେ । 

ଦୁର୍ଘଟଣା ପରେ ବଳରାମ ଏବଂ ତାଙ୍କ ସମ୍ପର୍କୀୟ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ଡିଏସପି ବଳରାମଙ୍କୁ ମୃତ ଘୋଷଣା କରିଥିଲେ । ପାଣିକୋଇଲି ଥାନା କୃପାଳୁ ରାଇସ ମିଲ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍‌ ଡିଏସ୍‌ପିଙ୍କ କାରକୁ ଧକ୍କା ଦେବା ଫଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଅନ୍ୟପଟେ ପୋଲିସ ଟ୍ରକ୍‌ ଏବଂ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ବଳରାମ ନାୟକ ଦୀର୍ଘଦିନ ଧରି ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟ କରିଥିଲେ । 

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ଟ୍ରକ୍ ତଳେ ପଶିଗଲେ ବାଇକ ଚାଳକ