ଦେବୀ ନଦୀରେ ଅଘଟଣ; ବୁଡ଼ିଯାଇ କାଉଡ଼ିଆ ନିଖୋଜ

ପାଣିଭାର ପାଇଁ ଦୁଇ ଜଣ କାଉଡ଼ିଆ ବୁଡ଼ମାରିବା ବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଦେବୀ ନଦୀରେ କାଉଡ଼ିଆ ନିଖୋଜ

ଜଗତସିଂହପୁର ଜିଲ୍ଲା ଆଳି ପିଙ୍ଗଳ ନିକଟ କେତକେଶ୍ୱର ଘାଟରେ ବଡ଼ ଧରଣ ଅଘଟଣ ଘଟିଛି । ଦେବୀ ନଦୀରେ ବୁଡ଼ିଯାଇ ଜଣେ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି । ଶୈବପୀଠ ଲାଗି ପାଣି ଆଣିବାକୁ ବୁଡ଼ମାରିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ପାଣିଭାର ପାଇଁ ଦୁଇ ଜଣ କାଉଡ଼ିଆ ବୁଡ଼ମାରିବା ବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ହେଲେ ଅନ୍ୟ ଜଣେ କାଉଡ଼ିଆ ଏବେ ବି ନିଖୋଜ ରହିଛନ୍ତି ।

ତାଙ୍କୁ ଉଦ୍ଧାର ପାଇଁ ବର୍ତ୍ତମାନ ବି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି । ନିଖୋଜ ରହିଥିବା କାଉଡ଼ିଆଙ୍କ ନାଁ ଓ ପରିଚୟ ଜଣାପଡ଼ିନାହିଁ ।