Advertisment

ଇରାନ୍‌ରେ ହେଲିକପ୍ଟର କ୍ରାସ୍‌; ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସମେତ ବହୁ ଅଧିକାରୀ ମୃତ

ଇରାନ୍‌ ଗଣମାଧ୍ୟମର ସୂଚନା ମୁତାବକ, ଉଦ୍ଧାରକାରୀ ଦଳ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଚିହ୍ନଟ କରିଛନ୍ତି। ତେବେ ସେଠାରେ କୌଣସି ଜୀବନ୍ତ ବ୍ୟକ୍ତିଙ୍କର ସନ୍ଧାନ ମିଳିନାହିଁ।

ଅଦ୍ୟତନ ହୋଇଛି
Iran President Ebrahim Raisi Die In Helicopter Crash

Iran President Ebrahim Raisi

Advertisment

ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟିଛି। ଦୀର୍ଘ ୨୦ ଘଣ୍ଟାର ସର୍ଚ୍ଚ ଅପରେସନ୍‌ ପରେ ମୃତଦେହ ମିଳିଥିବା ସୂଚନା ମିଳିଛି । କାଲିଠୁ ନିଖୋଜ ଥିବା ହେଲିକପ୍ଟରକୁ ଆଜି ଠାବ କରାଯାଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ଏନେଇ ଇରାନ ଗଣମାଧ୍ୟମ ପକ୍ଷରୁ ଖବର ପ୍ରକାଶ ପାଇଛି ।

Advertisment

ଇରାନ୍‌ ଗଣମାଧ୍ୟମର ସୂଚନା ମୁତାବକ, ଉଦ୍ଧାରକାରୀ ଦଳ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଚିହ୍ନଟ କରିଛନ୍ତି। ତେବେ ସେଠାରେ କୌଣସି ଜୀବନ୍ତ ବ୍ୟକ୍ତିଙ୍କର ସନ୍ଧାନ ମିଳିନାହିଁ। ହେଲିକପ୍ଟରରେ ଥିବା ରାଷ୍ଟ୍ରପତି ଇବ୍ରାହିମ ରାଇସି ଓ ବୈଦେଶିକ ମନ୍ତ୍ରୀ ହୁସେନ୍ ଆମୀର ଅବଦୁଲ୍ଲାୟାନ୍, ପୂର୍ବ ଆଜେରବୈଇଜାନ ପ୍ରଦେଶର ରାଜ୍ୟପାଳ ମଲେକ ରହମାତି ଏବଂ ଧାର୍ମିକ ନେତା ମହମ୍ମଦ ଅଲିଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ଟୁରିଷ୍ଟ ବସ୍‌ରେ ଲାଗିଲା ନିଆଁ, ଚାଲିଗଲା ୯ ଜୀବନ

ସୂଚନାଯୋଗ୍ୟ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଆଜେରବୈଜାନରୁ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘନ କୁହୁଡ଼ି ହେତୁ ପାର୍ବତ୍ୟ ଅଞ୍ଚଳ ଦେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଆଜେରବାଇଜାନ ଦେଶ ସୀମାରେ ଥିବା ସହର ଜୋଲଫା ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।ରାଷ୍ଟ୍ରପତିଙ୍କ କନଭୟରେ ତିନୋଟି ହେଲିକପ୍ଟର ଅନ୍ତର୍ଭୁକ୍ତ ଥିଲା, ସେଥିମଧ୍ୟରୁ ଦୁଇଟି ସୁରକ୍ଷିତ ଭାବେ ଫେରିଥିଲେ। କିନ୍ତୁ ଯେଉଁ ହେଲିକପ୍ଟରରେ ରଇସି ରହିଥିଲେ ତାହାର ପତ୍ତା ମିଳିନଥିଲା ।

Advertisment

Helicopter Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ