Advertisment

Karnataka IPS Dies: ଅଧୁରା ରହିଲା IPS ହେବାର ସ୍ୱପ୍ନ; ଡ୍ୟୁଟିରେ ଯୋଗ ଦେବା ପୂର୍ବରୁ ଚାଲିଗଲା ଜୀବନ

ମନରେ ଅସୁମାରୀ ସ୍ୱପ୍ନ ନେଇ ସେ ଫେରୁଥିଲେ। ଟ୍ରେନିଂ ସରିଗଲା ଏବେ ଚାକିରେରେ ଯୋଗ ଦେବେ। ହେଲେ କିଏ ଜାଣିଥିଲା ଏ ଯାତ୍ରା ଥିଲା ଶେଷ ଯାତ୍ରା?

ଅଦ୍ୟତନ ହୋଇଛି
Karnataka IPS Dies

Karnataka IPS Dies

Advertisment

ଟ୍ରେନିଂ ସରିଥିଲା। କିଛି ସମୟ ପରେ IPS ଚାକିରିରେ ଯୋଗ ଦେଇଥାଆନ୍ତେ। ମନରେ ପ୍ରବଳ ଆଗ୍ରହ ଓ ଉତ୍କଣ୍ଠା। ହେଲେ କିଏ ଜାଣିଥିଲା ଏ ଯାତ୍ରା ଥିଲା ଶେଷ ଯାତ୍ରା। ଯୁବ IPS ଅଧିକାରୀ ଦେଶ ପାଇଁ କିଛି କରିବା ଆଗରୁ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛନ୍ତି। ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଇଛି। ଏହି ଖବର ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି।

Advertisment

ମୃତ IPS ଅଫିସର ହର୍ଷବର୍ଦ୍ଧନ। ବୟସ ମାତ୍ର ୨୬ ବର୍ଷ। ଘର ମଧ୍ୟ ପ୍ରଦେଶରେ । ସେ କର୍ଣ୍ଣାଟକ କ୍ୟାଡରର ୨୦୨୩ ବ୍ୟାଚ୍ IPS ଅଫିସର। ମନରେ ଅସୁମାରୀ ସ୍ୱପ୍ନ ନେଇ ସେ ଫେରୁଥିଲେ। ଟ୍ରେନିଂ ସରିଗଲା, ଏବେ ଚାକିରେରେ ଯୋଗ ଦେବେ। ମହୀଶୂରରେ ଚାରି ସପ୍ତାହର ଟ୍ରେନିଂ ସରିବା ପରେ ଗତକାଲି ପ୍ରଥମ ପୋଷ୍ଟିଂ ଥିଲା। କାର୍ଯ୍ୟରେ ଯୋଗ ଦେବାର ପ୍ରଥମ ଦିନ ହିଁ ତାଙ୍କ ଜୀବନର ଶେଷ ଦିନ ପାଲଟି ଯାଇଥିଲା। ହାସନ ତାଲୁକର କିଟାନ ନିକଟରେ ତାଙ୍କ ଗାଡିର ଟାୟାର ଫାଟିଯିବା ପରେ ଏହି ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ହର୍ଷବର୍ଦ୍ଧନଙ୍କ ଅକାଳ ବିୟୋଗ ହୋଇଛି।

ପୋଲିସର ସୂଚନାନୁସାରେ, ଆଇପିଏସ୍ ଅଧିକାରୀଙ୍କ ନିକଟରେ ମହୀଶୂର କର୍ଣ୍ଣାଟକ ପୋଲିସ ଏକାଡେମୀରେ ଚାରି ସପ୍ତାହର ତାଲିମ ଶେଷ କରିଥିଲେ। ଏହାପରେ ହୋଲନାରସିପୁରରେ ପ୍ରୋବେସନାରୀ ଆସିଷ୍ଟାଣ୍ଟ ପୋଲିସ ସୁପରିଟେଣ୍ଡେଣ୍ଟ ଭାବରେ ଡ୍ୟୁଟିରେ ଯୋଗ ଦେବା ପାଇଁ ହାସନକୁ ଯାଉଥିଲେ। ହେଲେ ରାସ୍ତାରେ ଗାଡ଼ିର ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ। ଏଥିରେ ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାଡ଼ିର ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

Advertisment

ଅଧିକ ପଢନ୍ତୁ: Nigeria Boat Capsized: ନଦୀରେ ଓଲଟିଲା ବୋଟ୍; ୨୭ ମୃତ, ଶତାଧିକ ନିଖୋଜ

କର୍ଣ୍ଣାଟକ ଏଡିଜିପି (ଟ୍ରେନିଂ) ଆଲୋକ କୁମାର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ କେପିଏ ତାଲିମ ଶେଷ କରିବା ପରେ ଜିଲ୍ଲା ପ୍ରଶିକ୍ଷଣ ପାଇଁ ହାସନ ଯାଉଥିଲେ। ଆମେ ଜଣଏ ଯୁବ ଏବଂ ମୂଲ୍ୟବାନ ଜୀବନ ହରାଇଲୁ। ପ୍ରତ୍ୟେକ ସ୍ତରରେ ସଡକ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବର୍ଦ୍ଧନଙ୍କ ପରିବାରକୁ ସମବେଦନା ଜଣାଇବା ସହ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ଏପରି ଘଟିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

Advertisment
Karnataka Accident IPS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ