KJS ଆହ୍ଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

କେମିତି ହେଲା ବିସ୍ଫୋରଣ ଏନେଇ ପ୍ଲାଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Plant Blast

କେନ୍ଦୁଝର ରୁଗୁଡ଼ି ଥାନା ବରପଦା ଠାରେ ଥିବା କେ. ଜେ. ଏସ୍. ଆହ୍ଲୁୱାଲିଆ ପ୍ଲାଣ୍ଟରେ ବିସ୍ଫୋରଣ । ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ଲିକ ହୋଇ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ନେସରୁ ତରଳ ଧାତୁ ଛିଟିକି ପାଖରେ ଠିଆ ହୋଇଥିବା ଏକ ହାଇୱା ଉପରେ ପଡିଥିଲା । ଫଳରେ ହାଇୱାର ପଛଭାଗ ପୋଡ଼ି ଯାଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କେମିତି ହେଲା ବିସ୍ଫୋରଣ ଏନେଇ ପ୍ଲାଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।