ପୁଣି ବିମାନ ଦୁର୍ଘଟଣା । ଦିନକୁ ଦିନ ବଢୁଛି ବିମାନ ଦୁର୍ଘଟଣା । ବାରମ୍ବାର ବିମାନ ଦୁର୍ଘଟଣା ଘଟୁଥିବାରୁ ବିମାନରେ ଯାତ୍ରା କରିବାକୁ ଭୟ କଲେଣି ଯାତ୍ରୀ । କିଛି ଦିନ ତଳେ ମଝି ଆକାଶରେ ଦୁଇ ବିମାନ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଆମେରିକାର ୱାଶିଂଟନ ଡିସି ନିକଟରେ ରେଗାନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ଏକ ବିମାନକୁ ଆର୍ମି ହେଲିକପ୍ଟର ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ପରେ ବିମାନଟି ପୋଟମାକ୍ ନଦୀକୁ ଖସିପଡ଼ିଥିଲା । ଏଥିରେ ସମସ୍ତ ୬୪ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।
ପୁଣି ଥରେ ଭାରତରେ ଘଟିଛି ବିମାନ ଦୁର୍ଘଟଣା । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନାର ଯୁଦ୍ଧ ବିମାନ ‘ମିରାଜ-୨୦୦୦’ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଦୁର୍ଘଟଣା ପୂର୍ବରୁ ଦୁଇ ପାଇଲଟ୍ ସୁରକ୍ଷିତ ଭାବରେ ବାହାରି ଆସିଥିଲେ । ଏଥିରେ ଉଭୟ ସାମାନ୍ୟ ଆହତ ହୋଇଛନ୍ତି ।
Also Read
ଜଣେ ପାଇଲଟ୍ କଲ୍ କରି ସାଥୀମାନଙ୍କୁ ଦୁର୍ଘଟଣା ସମ୍ପର୍କରେ ଜଣାଇଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ଏକ ଟିମକୁ ଘଟଣାସ୍ଥଳକୁ ପଠାଇଛି । ଶିବପୁରୀର ବହରେଟା ସାନୀ ଗାଁ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅପରାହ୍ନ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଉଭୟ ପାଇଲଟ୍ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।