Advertisment

ବାରମ୍ବାର ଦୁର୍ଘଟଣା ପରେ ଲଢ଼ୁଆ ବିମାନ MIG-21ର ଉଡ଼ାଣ ସ୍ଥଗିତ

କ୍ରାସ୍ ବଢ଼ିବା ପରେ ଲଢ଼ୁଆ ବିମାନ MIG-21ର ଉଡ଼ାଣକୁ ସ୍ଥଗିତ ରଖାଯାଇଛି। ରାଜସ୍ଥାନରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ସପ୍ତାହ ପରେ ଭାରତୀୟ ବାୟୁସେନା ଏଭଳି ନିଷ୍ପତ୍ତି ନେଇଛି।

author-image
Rajalaxmi Sahoo
IAF grounds entire fleet of MiG-21 fighter jets following crash in Rajasthan

IAF grounds entire fleet of MiG-21 fighter jets following crash in Rajasthan

କ୍ରାସ୍ ବଢ଼ିବା ପରେ ଲଢ଼ୁଆ ବିମାନ MIG-21ର ଉଡ଼ାଣକୁ ସ୍ଥଗିତ ରଖାଯାଇଛି। ରାଜସ୍ଥାନରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ସପ୍ତାହ ପରେ ଭାରତୀୟ ବାୟୁସେନା ଏଭଳି ନିଷ୍ପତ୍ତି ନେଇଛି। ମିଗ୍ -୨୧ ଲଢ଼ୁଆ ବିମାନର ପୂରା ଫ୍ଲିଟ୍‌କୁ ଗ୍ରାଉଣ୍ଡ୍ କରି ଦିଆଯାଇଛିା

Advertisment

ରାଜସ୍ଥାନ ହନୁମାନଗଡ଼ରେ ଗତ ୮ ତାରିଖରେ MIG-21 କ୍ରାସ୍ ହୋଇ ୩ ଜଣ ସାଧାରଣଲୋକଙ୍କ ଜୀବନ ଯାଇଥିଲା। ଏହି ଘଟଣାର ଏବେ ତଦନ୍ତ ଚାଲିଛି। କିପରି ମିଗ୍ -୨୧ କ୍ରାସ୍ ହେଲା ? ଏହା ପଛର କାରଣ କ’ଣ ଏହାକୁ ଖୋଜିବାକୁ ବାୟୁସେନା ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଏହାର ସମ୍ପୂର୍ଣ୍ଣ ତଥ୍ୟ ନଆସିବା ଯାଏ ଉଡ଼ାଣ ଉପରେ କଟକଣା ଲଗାଯାଇଛି। 

ସୂଚନା ଅନୁସାରେ, ଗତ କିଛି ବର୍ଷ ଧରି ଲଢ଼ୁଆ ବିମାନ ମିଗ୍‌ର ଦୁର୍ଘଟଣା ବଢ଼ିବାରେ ଲାଗିଛି। ମିଗ୍-୨୧ ଲଢ଼ୁଆ ବିମାନ ଦୀର୍ଘ ବର୍ଷ ଧରି ବାୟୁସେନାର ମୁଖ୍ୟ ଲଢ଼ୁଆ ବିମାନ ଥିଲା। ୧୯୬୦ ଦଶକର ପ୍ରାରମ୍ଭରେ ବାୟୁସେନାରେ ୭୦୦ରୁ ଅଧିକ ମିଗ୍ -୨୧ ଯୁଦ୍ଧ ବିମାନ ଋଷରୁ କିଣାଯାଇଥିଲାା

Advertisment

ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ୩ଟି ମିଗ୍ -୨୧ ସ୍କ୍ୱାଡନ୍ ଥିବାବେଳେ ମୋଟ୍‌ ୫୦ଟି ବିମାନ ରହିଛି। ଅବଶିଷ୍ଟ ମିଗ୍ -୨୧ ଲଢୁଆ ସ୍କ୍ୱାଡନ୍‌କୁ ପର୍ଯ୍ୟାୟକ୍ରମେ ହଟାଇବା ପାଇଁ ଗତବର୍ଷ ଭାରତୀୟ ବାୟୁସେନା ତିନି ବର୍ଷର ସମୟ ସୀମା ଚୂଡ଼ାନ୍ତ କରିଥିଲା।

IAF
Advertisment
Advertisment