Advertisment

୩୬ ଘଣ୍ଟା ଧରି ଟନେଲରେ ଫସିଛି ୪୦ ଶ୍ରମିକଙ୍କ ଜୀବନ, ଉଦ୍ଧାର ପାଇଁ ଚାଲିଛି ବଡ଼ ଅପରେସନ୍

ଟନେଲ୍ ଭିତରେ ଫସିଥିବା ୪୦ ଜଣଙ୍କ ଭିତରେ ଅଛନ୍ତି ୫ ଓଡ଼ିଆ। ସେମାନେ ହେଲେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିର ଧିରେନ୍ ନାୟକ ଓ ବିଶ୍ୱେଶ୍ୱର ନାୟକ, ବହଳଦାର ରାଜୁ ନାୟକ, ନବରଙ୍ଗପୁରର ଭଗବାନ ଭତ୍ରା ଓ ଶଙ୍କର୍ଷଣପୁରର ତପନ ମଣ୍ଡଳ।

undefined

Tunnel Collapsed

Advertisment

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ବଡ଼ ରେସ୍କ୍ୟୁ ଅପରେସନ୍ । ଫସିରହିଥିବା ଶ୍ରମିକଙ୍କ ପାଖକୁ ସ୍ୱତନ୍ତ୍ର ପାଇପ୍ ଯୋଗେ ଖାଦ୍ୟ, ପାନୀୟ ସହ ନିରନ୍ତର ଅକ୍ସିଜେନ୍ ସପ୍ଲାଏ ଜାରି ରହିଛି। ଟନେଲ୍ ଭିତରେ ଧସିଥିବା ପ୍ରାୟ ୫୦ ମିଟର ଓସାରର ମାଟି ଖୋଳି ଶ୍ରମିକଙ୍କ ପାଖରେ ପହଞ୍ଚିବା ଉଦ୍ୟମରେ ଲାଗିପଡ଼ିଛନ୍ତି ଏକାଧିକ ଏଜେନ୍ସିର ବିଶେଷଜ୍ଞ ଟିମ୍। ଶ୍ରମିକଙ୍କ ଭିତରେ ୫ ଓଡ଼ିଆ ଥିବା ଜଣାପଡ଼ିବା ପରେ, ନିଜ ପ୍ରିୟଜନଙ୍କ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ସେମାନଙ୍କ ପରିବାର।

Advertisment

ଉତ୍ତରକାଶୀର ଯମୁନେତ୍ରୀ ଜାତୀୟ ରାଜପଥର ଇଏ ହେଉଛି ସେଇ ନିର୍ମାଣାଧୀନ ଟନେଲ୍ ଯେଉଁଠି ଘଟିଛି ବଡ଼ ଅଘଟଣ। ହଠାତ୍ ମାଟି ଧସିବାରୁ ପାଖାପାଖି ୩୬ ଘଣ୍ଟା ଧରି ଫସିଛନ୍ତି ୪୦ ଶ୍ରମିକ। ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ ପାଇଁ ପ୍ରସ୍ତାବିତ ୪ ହଜାର ୫୩୧ ମିଟର ବା ସାଢ଼େ ୪ କିଲୋମିଟରର ଲମ୍ବର ଏ ଟନେଲରୁ ପାଖାପାଖି ୪ କିଲୋମିଟର କାମ ସରିଯାଇଛି। ବାକି ୫ ଶହ ମିଟର ପାଇଁ କାମ ଚାଲିଥିଲା ବେଳେ ରବିବାର ସକାଳ ପ୍ରାୟ ୮ଟା ୪୫ରେ ହଠାତ୍ ଧସିଯାଇଥିଲା ମାଟି। ପାଖାପାଖି ୫୦ ମିଟର ଚଉଡ଼ାର ମାଟି ଧସି ଯିବାରୁ ଭିତରେ ରହିଯାଇଛନ୍ତି ୫ ଓଡ଼ିଆ ସମେତ ୪୦ ଶ୍ରମିକ।

ତେବେ ସବୁଠୁ ବଡ଼ କଥା ହେଉଛି ଟନେଲ୍ ଭିତରେ ପାଖାପାଖି ୨୦୦ ମିଟର ଅଞ୍ଚଳ ଫାଙ୍କା ଅଛି, ଲାଇଟ୍ ଅଛି। ଗାଡ଼ି ମୋଟର, ସରଞ୍ଜାମ ସବୁ ଅଛି। ତେଣୁ ୱାକିଟକି ଯୋଗେ ଯୋଗାଯୋଗରୁ ସମସ୍ତେ ଏଯାଏଁ ସୁରକ୍ଷିତ ଥିବା ପ୍ରଶାସନ ସ୍ପଷ୍ଟ କରିଛି। ତେଣୁ ଫସିଥିବା ଶ୍ରମିକଙ୍କୁ ଏଇ ପାଇପ୍ ଯୋଗେ, ଖାଦ୍ୟ ପାନୀୟ ଓ ପର୍ଯ୍ୟାପ୍ତ ଅମ୍ଳଜାନ ଯୋଗାଇ ଦିଆଯିବା ସହ ସେଇ ୫୦ ମିଟର ଓସାରର ମାଟି ଖୋଳି ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ତେବେ ଚ୍ୟାଲେଞ୍ଜ ପାଲଟିଛି ଧସିଥିବା ମାଟି ପଥରକୁ ଖାଲି କରି ଶ୍ରମିକଙ୍କ ପାଖରେ ପହଞ୍ଚିବା। ପ୍ରଥମରୁ ହେଭି ମେସିନ୍ ଓ ଏକ୍ସାଭେଟର ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଉଥିଲେ ହେଁ ପୁଣି ମାଟି ଧସୁଥିବା ଦେଖି ଅତି ସତର୍କତାର ସହ, ଏକ୍ସପର୍ଟଙ୍କ ସହାୟତାରେ ଛୋଟ ମେସିନ୍ ଜରିଆରେ ରାସ୍ତା ଫିଟାଯାଉଛି। ଦିନରାତି ଏକ୍ କରି ଦେଇଛନ୍ତି NDRF, SDRF, ITBP ଏବଂ BROର ଯବାନ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି ଘଟଣା ସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।

Advertisment

ଟନେଲ୍ ଭିତରେ ଧସିଥିବା ମାଟିକୁ ଖୋଳି ବାହାର କରିବା ବେଳେ ଏହା ଧସୁଥିବାରୁ ଉଦ୍ଧାରକାରୀଙ୍କ ପାଖେ ଶୀଘ୍ର ପହଞ୍ଚିବା ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି। ତେଣୁ ଖୋଳାଯିବା କ୍ଷଣି ମାଟି ଯେଭଳି ଆଉ ନ ଧସିବ ସେଥିପାଇଁ ସ୍ୱତନ୍ତ୍ର କେମିକାଲ ସ୍ପ୍ରେ କରାଯିବା ସହ ହ୍ୟୁମପାଇପ୍ ଜରିଆରେ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି।

ଏପଟେ ଟନେଲ୍ ଭିତରେ ଫସିଥିବା ୪୦ ଜଣଙ୍କ ଭିତରେ ଅଛନ୍ତି ୫ ଓଡ଼ିଆ। ସେମାନେ ହେଲେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିର ଧିରେନ୍ ନାୟକ ଓ ବିଶ୍ୱେଶ୍ୱର ନାୟକ, ବହଳଦାର ରାଜୁ ନାୟକ, ନବରଙ୍ଗପୁରର ଭଗବାନ ଭତ୍ରା ଓ ଶଙ୍କର୍ଷଣପୁରର ତପନ ମଣ୍ଡଳ। ତେଣୁ ଫସିରହିବା ନିଜ ପ୍ରିୟଜନଙ୍କୁ ନେଇ ଭୟ, ଆଶଙ୍କାରେ ପରିବାର। ସମସ୍ତ ଶ୍ରମିକ ଏପର୍ଯ୍ୟନ୍ତ ସୁରକ୍ଷିତ ଥିବା ଶୁଣି ଆଶ୍ୱସ୍ତ ଥିଲେ ବି ଉଦ୍ଧାର ପାଇଁ ସମୟ ଯେତେ ଯେତେ ବିଳମ୍ବ ହେଉଛି, ପରିବାର ଲୋକଙ୍କୁ ସେତେ ସେତେ ଚିନ୍ତା ଖାଇ ଗୋଡୋଉଛି।

Advertisment

ଚାରଧାମ ରୋଡ୍ ପ୍ରୋଜେକ୍ଟ ଅଧିନରେ ନିର୍ମାଣାଧୀନ ଏଇ ଟନେଲ କାମ ସରିଲେ ଉତ୍ତରକାଶୀରୁ ଜମୁନେତ୍ରୀ ଧାମର ଦୂରତା ପ୍ରାୟ ୨୬ କିଲୋମିଟର ଦୂର ହ୍ରାସ ପାଇବ। ତେବେ ଟନେଲ୍ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ଥିଲା ବେଳେ କେଉଁ ପରିସ୍ଥିତିରେ ଏ ଅଘଟଣ ଘଟିଲା, ମାଟି ଧସିବାର କାରଣ କଣ, ତାହା ସ୍ପଷ୍ଟ ହୋଇନାହିଁ।

India Uttarakhand Tunnel Collapsed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ