Advertisment

ଅଭାବନୀୟ ଘଟଣା; କନେଷ୍ଟବଳ ସ୍ବାମୀର ଶବ ନେବାକୁ ୨ ମହିଳାଙ୍କ ଟଣାଓଟରା...

କଟକ SCB ମେଡ଼ିକାଲ ପରିସରରେ ଅଭାବନୀୟ ଦୃଶ୍ୟ । କନେଷ୍ଟବଳ ସ୍ବାମୀର ଶବ ନେବାକୁ ଟଣାଓଟରା । ପତ୍ନୀ ଏବଂ ଅନ୍ୟ ମହିଳାଙ୍କ ମଧ୍ୟରେ ଟଣାଭିଡ଼ା ।

undefined

Police

Advertisment

କେବେ ବାପାର ତ କେବେ ମା’ର ମୃତଦେହକୁ ନେଇ ପୁଅଝିଅଙ୍କ ମଧ୍ୟରେ ଟଣାଓଟରା ଘଟଣା ଆପଣ ଦେଖିଥିବେ ନିଶ୍ଚୟ । କିନ୍ତୁ ସ୍ବାମୀଙ୍କ ଶବ ନେବାକୁ ପତ୍ନୀ ସମେତ ଦ୍ବିତୀୟ ପତ୍ନୀ ଦାବି କରୁଥିବା ଅନ୍ୟ ଜଣେ ମହିଳାଙ୍କ ମଧ୍ୟରେ ଟଣାଓଟରା, ବୋଧହୁଏ କେବେ ଦେଖିଥିବେ । କଟକ ଏସ୍‌ସିବିରୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ପ୍ରାଣ ହରାଇଥିବା କନେଷ୍ଟବଳ ସ୍ବାମୀଙ୍କ ଡେଡବଡ଼ି ନେବାକୁ ପତ୍ନୀ ସମେତ ଆଉ ଜଣେ ମହିଳାଙ୍କ ମଧ୍ୟରେ ଟଣାଭିଡ଼ା ହୋଇଥିବାବେଳେ ଶେଷରେ ପୁଅର ମୃତଦେହକୁ ନିଜେ ନେଇଗଲେ ମା’ । 

Advertisment

କିଏ ନେବ ସ୍ବାମୀଙ୍କ ଶବ ? ଦୁଇ ମହିଳାଙ୍କ ମଧ୍ୟରେ ଟଣାଭିଡ଼ା । ପ୍ରଥମ ପତ୍ନୀଙ୍କ ଦାବି ସ୍ବାମୀର ଶବକୁ ନେଇ ସେ ନିଜେ କରିବେ ଦାହ ସଂସ୍କାର । ପ୍ରେମ ବିବାହ କରି ନିଜକୁ ପତ୍ନୀ ଦାବି କରୁଥିବା ଅନ୍ୟ ଜଣେ ମହିଳାଙ୍କ ବି ସମାନ ଜିଦ୍, ସେ ନେବେ ଡେଡବଡ଼ି । ଆଉ ତାକୁ ନେଇ ଟଣାଭିଡ଼ା ଭିତରେ ପୁଅକୁ ହରାଇଥିବା ମା’ କାନ୍ଦି କାନ୍ଦି ବେହାଲ୍ । ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି, କଟକ ଏସ୍‌ସିବି ମେଡିକାଲ ଶବଗୃହ ନିକଟର । ଶବଗୃହରେ ଅଛି କନେଷ୍ଟବଳ ଅଭୟ କୁମାର ବେହେରାଙ୍କ ମୃତଦେହ । ବାହାରେ ଲାଗିରହିଥିଲା ପାଟିତୁଣ୍ଡ, ଉତ୍ତେଜନା। ପାରିବାରିକ ବିବାଦ ଭିତରେ କନେଷ୍ଟବଳଙ୍କ ଡେଡବଡ଼ି ହସ୍ତାନ୍ତରକୁ ନେଇ ଦ୍ବନ୍ଦ୍ବ । କାରଣ ପ୍ରଥମ ପତ୍ନୀ ଏବଂ ନିଜକୁ ଦ୍ବିତୀୟ ପତ୍ନୀ ଦାବି କରୁଥିବା ୨ ମହିଳାଙ୍କ ସହ ଅଭୟଙ୍କ ମା’ ଓ ଉଭଣୀ ପୃଥକ ପୃଥକ ଭାବେ ଦାବି କଲେ ମୃତଦେହ ନେବାକୁ।  

ଅଭୟ କୁମାର ବେହେରା କଟକ ଫୁଲନଖରା ସ୍ଥିତ ଏନଏଚ୍ ଟ୍ରାଫିକରେ କନେଷ୍ଟବଳ ଥିଲେ । ଘର ଖୋର୍ଦ୍ଧା ବେଗୁନିଆ ଗୋଲାପାଟଣା ଅଞ୍ଚଳରେ । ଗତ ଶନିବାର ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଏସସିବିରେ ଭର୍ତ୍ତି ହୋଇଥିବାବେଳେ ଗତରାତିରେ ଅଭୟଙ୍କ ମୃତ୍ୟୁ ହୋଇଥିଲା । ୨୦୧୬ରେ ପୁରୀ ପୋଲିସ ବିଭାଗରେ କାର୍ଯ୍ୟରତ ଦେବସ୍ମିତା ସେଠୀଙ୍କୁ ପ୍ରେମବିବାହ କରିଥିଲେ । ଅଭୟଙ୍କ ଏକ ୭ ବର୍ଷର ସନ୍ତାନଟିଏ ବି ଅଛି । କିନ୍ତୁ ବିବାହର ବର୍ଷେ ପରେ ପରିବାର ଅଦାଲତରେ ଅଭୟ ଆବେଦନ କରିଥିଲେ ଛାଡ଼ପତ୍ର । ଯାହା ଏଯାଏଁ କୋର୍ଟରେ ବିଚାରାଧିନ ଥିବାବେଳେ ୨୦୨୧ରେ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସହ ରହୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ରିନୁ ମଲ୍ଲିକ। 

Advertisment

ଆଉ ଆଜି ମୃତ୍ୟୁ ଖବର ପାଇବା କ୍ଷଣି ମୃତଦେହ ନେବା ପାଇଁ ମେଡିକାଲରେ ପହଞ୍ଚିଥିଲେ ଉଭୟ ମହିଳା । ସେହି ଆଧାରରେ ଆଜି ଅଭୟଙ୍କ ମୃତଦେହକୁ ନେବା ପାଇଁ ରିନୁ ଜିଦ୍ ଧରିଥିବାବେଳେ ପ୍ରଥମ ପତ୍ନୀ ବି ପହଞ୍ଚି ସେ ବି ଦାବି କରିଥିଲେ ମୃତଦେହକୁ ନିଜେ ନେବେ। ଏସବୁ ଭିତରେ ମଙ୍ଗଳାବାଗ ପୋଲିସ ଓ ଏସିପି ଏସସିବିରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଅଭୟଙ୍କ ମା’ଙ୍କୁ ହିଁ ମୃତଦେହ ହସ୍ତାନ୍ତର କରିଥିଲେ।

ତେବେ ଘଟଣାପଛର କାରଣ ଯାହା ବି ଥାଉନା କାହିଁକି, ଜୀବିତ ଅବସ୍ଥାରେ ଯେଉଁ ବ୍ୟକ୍ତିଙ୍କୁ ସ୍ବାମୀ ଭାବେ ବରଣ କରି ଶଙ୍ଖା ସିନ୍ଦୁର ନାଇଁଥିଲେ ମହିଳା, ଏବେ ମଲାପରେ ସେହି ସ୍ବାମୀଙ୍କ ମୃତଦେହକୁ ନେଇ ଟଣାଭିଡ଼ା ପଛର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟକୁ ନେଇ ନାନା ଚର୍ଚ୍ଚା ହେଉଛି । ଏସବୁ ଭିତରେ ନିଜ ବିଭାଗରେ କାର୍ଯ୍ୟରତ ଥିଲେ ବୋଲି ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦେଇ ଆତ୍ମାର ସଦଗତି କାମନା କରିଛନ୍ତି ପୋଲିସ କର୍ମଚାରୀ ।

Advertisment
Police Constable
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ