Advertisment

Accident: ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି, ଦୁର୍ଘଟଣାରେ ଆଖି ବୁଜିଲେ...

ଧୁମଧାମରେ ହୋଇଥାନ୍ତା ବିବାହ । ଚାଲିଥିଲା ଆୟୋଜନ । ଦିନକ ପରେ ହାତଗଣ୍ଠି ପଡ଼ିଥାନ୍ତା । ବରଯାତ୍ରୀ ନେଇ କନ୍ୟା ଘରକୁ ଯାଇଥାନ୍ତେ । ହେଲେ ତା' ପୂର୍ବରୁ ସବୁଦିନ ପାଇଁ ଚାଲିଗଲେ ବର । ଦୁର୍ଘଟଣାରେ ବରର ଜୀବନ ଯାଇଛି ।

ଅଦ୍ୟତନ ହୋଇଛି
Accident

Accident

Advertisment

ସରିଥିଲା ସବୁ ପ୍ରସ୍ତୁତି, ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ ବିଧିରବିଧାନ ଥିଲା ଆଉ କିଛି। ବାହାଘର ପାଇଁ ଭଉଣୀଙ୍କୁ ଆଣିବାକୁ ଯିବାବେଳେ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ। ବାଲେଶ୍ବର ଜିଲ୍ଲା ନୀଳଗିରିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ୧୯ ନମ୍ବର ରାଜ୍ୟ ରାଜପଥ ବାଲିଗୋହିରିଠାରେ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଡମ୍ପର୍ । ଘଟଣାସ୍ଥଳରେ ହରେକୃଷ୍ଣ ମହାଳିକଙ୍କର ମୃତ୍ୟୁ ହୋଇଥିବାବେଳେ କକା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଡମ୍ପରକୁ ଜବତ କରି ତଦନ୍ତ କରୁଛି ।

Advertisment

ସେପଟେ ବିବାହ ମାହୋଲ ଭିତରେ ଏପରଇ ଖବର ଶୁଣି ପରିବାରରେ ଶୋକର ବାତାବରଣ ଖେଳିଯାଇଛି । ମାତ୍ର ଦିନକ ପରେ ବିବାହ ହେବାକୁ ଥିବାବେଳେ ଏହା ପୂର୍ବରୁ ହିଁ ଯାଇଛି ବରର ଜୀବନ । ଯାହାକୁ ନେଇ କାନ୍ଦବୋବାଳିରେ ଫାଟି ପଡୁଛି ପରିବାର । ସମ୍ପର୍କୀୟ ଓ ସ୍ଥାନୀୟବାସିନ୍ଦା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । 

ଅଧିକ ପଢନ୍ତୁ: ଡିଭାଇଡର ଉପରେ ଚଢିଯାଇ ଚୁରମାର୍ କାର୍, କୁଆଡେ ଗଲା ନମ୍ବରପ୍ଲେଟ୍?

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ