Kanchanjunga Train Accident
ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା। ଏକ୍ସପ୍ରେସ ଟ୍ରେନକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍। ସିଲିଗୁଡ଼ି ଜିଲ୍ଲାରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଗୋଟିଏ ମାଲଗାଡ଼ି ଧକ୍କା ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ୮ ମୃତ, ୨୫ ଆହତ ହୋଇଥିବା ଦାର୍ଜିଲିଂ ଅତିରିକ୍ତ ଏସ୍ପିଙ୍କ ସୂଚନା । ଏକ୍ସପ୍ରେସର ୩ଟି ବଗି କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ: ଦାର୍ଜିଲିଂରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା: ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପଲାଇନ ନମ୍ବର
କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦାରୁ କୋଲକାତା ଅଭିମୁଖେ ଯାଉଥିଲା। ଏତିକିବେଳେ ପଛ ପଟରୁ ଧକ୍କା ଦେଇଥିଲେ ମାଲବାହୀ ଟ୍ରେନ୍। ଦୁର୍ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍, ମେଡିକାଲ୍ ଟିମ୍ ସହ ପ୍ରଶାସନିକ ଅଧିକାରୀ ଯାଇଛନ୍ତି।
ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି। ମମତା କହିଛନ୍ତି, ଦାର୍ଜିଲିଂ ଜିଲାର ଫାନସିଦଓ୍ବୋ ଅଞ୍ଚଳରେ ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ଖବର ଶୁଣି ମୁଁ ସ୍ତବ୍ଧ ହୋଇଗଲି। ସହାୟତା ପାଇଁ ଘଟଣାସ୍ଥଳରେ ଡିଏମ୍, ଏସ୍ପି, ଡାକ୍ତର, ଆମ୍ବୁଲାନ୍ସ ଏବଂ ବିପର୍ଯ୍ୟୟ ଦଳକୁ ପଠାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ପାଇବା ପରେ ପୋଲିସ, ରେଳ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିଲିଫ କାର୍ଯ୍ୟ ଆରମ୍ଭ ହୋଇଛି। ଟ୍ରାକରୁ ବଗି ହଟାଇ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କାଞ୍ଚନଜଙ୍ଗାର ତିନୋଟି ବଗି ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ରଙ୍ଗାପାନି ଏବଂ ନ୍ୟୁ ଜଳପାଇଗୁଡ଼ି ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।
ଟ୍ରେନ୍ ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀ କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । NDRF, SDRF ଓ ରେଲୱେର ସମନ୍ୱୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତୁରନ୍ତ ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି ।
ଜଣେ ଅଧିକାରୀ କହିଛନ୍ତି ଯେ ଟ୍ରାକ ଏବଂ ଟ୍ରେନରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ମୃତଦେହକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଯାତ୍ରୀମାନଙ୍କୁ ଚିହ୍ନଟ କରାଯାଉଛି।ଟ୍ରେନ୍ ଦୁର୍ଘଟଣା କିପରି ହେଲା? ଏହାର ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳରେ ପହଞ୍ଚିଥିବା ଅଧିକାରୀମାନେ ଲୋକୋ ପାଇଲଟଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718601055.jpg)