Accident
ଗୋଟିଏ ପରିବାରର ଚାରି ସଦସ୍ୟଙ୍କ ଦେହାନ୍ତ । ଟ୍ରକ ଚଳେ ଚାପି ହୋଇ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ଚାରି ସଦସ୍ୟ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଦି ସକାଳେ ସକାଳେ ମଧ୍ୟପ୍ରଦେଶର ଗୁନାରେ ଘଟି ଯାଇଛି । ଜାତୀୟ ରାଜପଥରେ ପ୍ରବଳ କୁହୁଡ଼ି ହୋଇଥିବା ଫଳରେ ରାସ୍ତାଘାଟ କିଛି ଦେଖା ଯାଉନଥିଲା ।
ଏଣୁ ଭାରସାମ୍ୟ ହରାଇ ଟ୍ରକଟି କାର ଉପରେ ପଡ଼ି ଯାଇଥିଲା । ଫଳରେ ପରିବାରର ଚାରିଜଣ ସଦସ୍ୟ ପ୍ରାଣ ହରାଇଥିଲେ ଏବଂ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଗୁନାସ୍ଥିତ NH ୪୬ ରେ ଘଟିଥିବା ଦୁର୍ଘଟଣାରେ ରାଜଗଡ ଜିଲ୍ଲାର ଦମ୍ପତିଙ୍କ ସମେତ ଦୁଇ ଝିଅଙ୍କର ମୃତ୍ୟୁ ହୋଇ ଯାଇଛି । ଏନେଇ ପୋଲିସ ତଦନ୍ତ ତଦନ୍ତ ରଖିଛି । ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି ।
ପୋଲିସ ତଦନ୍ତ ଅନୁଯାୟୀ, ଟ୍ରକଟି କାରକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲା । କୁହୁଡ଼ି କାରଣରୁ ଏହା ନିୟନ୍ତ୍ରଣ ହରାଇଥିଲା ଏବଂ କାର ଉପରେ ପଡି ଯାଇଥିଲା । ସୂଚନାନୁସାରେ, ଟ୍ରକଟି ୪୦ ଟନରୁ ଅଧିକ ଲୁହା ନେଇ ଯାଉଥିଲା । ଫଳରେ ଟ୍ରକଟି ଯେତେବେଳେ କାର ଉପରେ ଖସି ପଡ଼ିଲା, ଏହା ପୁରାପୁରି ଧ୍ୱଂସ ହୋଇ ଯାଇଥିଲା । କାରର ରେଜିଷ୍ଟ୍ରେସନ ନମ୍ବର ସାହାଯ୍ୟରେ ପୋଲିସ ପରିବାରର ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରୁଛି ।
ଅତ୍ୟଧିକ ଓଜନ କାରଣରୁ ଟ୍ରକକୁ ଉଠାଇବାକୁ କ୍ରେନ ଓ ଜେସିବିର ବ୍ୟବହାର ହେଉଛି । ଲୁହାଗୁଡ଼ିକୁ ବାହାର କରିବା ପରେ ହିଁ ଟ୍ରକକୁ ଘୁଞ୍ଚାଇ ପାରିବେ ବୋଲି ପୋଲିସ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Accident_1703576723.jpg)