Advertisment

Jharkhand Accident: ମର୍ମନ୍ତୁଦ ଦୁର୍ଘଟଣା; NHରେ ୩ ଗାଡ଼ି ମୁହାଁମୁହିଁ, ଚାଲିଗଲା ୫ ଜୀବନ

ମୋଟ୍ ୮ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଯାଇଛି। ତିନିଜଣ ଗୁରୁତର ହୋଇଛନ୍ତି।

ଅଦ୍ୟତନ ହୋଇଛି
accident

accident

Advertisment

ଝାଡ଼ଖଣ୍ଡର ବୋକାରୋ-ରାମଗଡ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ମୁହାଁମୁହିଁ ହେଲେ ୩ ଗାଡ଼ି। ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବୋକାରୋ ଜିଲ୍ଲାର ଡାଣ୍ଟୁ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରଥମେ ରାଜପଥରେ ଟ୍ରାକ୍ଟର ଏବଂ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ଭାରସାମ୍ୟ ହରାଇ ଏକ ବୋଲେରୋ ଉଭୟ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁଥିରେ ୫ଜଣଙ୍କର ମୃତ୍ୟୁ ହୋଇଛି।

ଅଧିକ ପଢ଼ନ୍ତୁ:ତିନି ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ, ୯ଜଣ ଗୁରୁତର...

କମ୍ୟୁନିଟି ହେଲ୍ଥ ସେଣ୍ଟର ଜରିଡିହର ମେଡିକାଲ୍ ଅଫିସର ଡକ୍ଟର ସ୍ୱିଟି ଭଗତ ସୂଚନା ଅନୁସାରେ, ମୋଟ୍ ୮ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଯାଇଛି। ତିନିଜଣ ଗୁରୁତର ହୋଇଛନ୍ତି। ଜଣେ ଗୁରୁତର ବ୍ୟକ୍ତିଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଆହତଙ୍କ ମଧ୍ୟରେ ଜଣେ ଝିଅ ଓ ଜଣେ ମହିଳା ଅଛନ୍ତି।ମୃତକଙ୍କ ପରିଚୟ ଏଯାଏ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Advertisment

Jharkhand Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ