ଭୟାବହ ଅଗ୍ନିକାଣ୍ଡ ! ଚାହୁଁ ଚାହୁଁ ଜଳିଗଲା ଲୁଗା ଦୋକାନ

ସକାଳୁ ଲୁଗା ଦୋକାନରେ ନିଆଁ ଲାଗିଥିବା ସୂଚନା ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ।

Firemishap

ଚାହୁଁ ଚାହୁଁ ଜଳିଗଲା ଲୁଗା ଦୋକାନ। କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ନିଆଁ ଲାଗି ଯାଇଛି । ଆଜି ସକାଳୁ ଚୌଧୁରୀବଜାରର ଲୁଗା ଦୋକାନର ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଥିଲା । ପରେ ଏହା ଉପର ମହଲାକୁ ବ୍ୟାପି ଯାଇଥିଲା । ନିଆଁର ମାତ୍ରା ଏତେ ଅଧିକ ରହିଛି ଯେ, ସେ ଅଂଚଳ ପୂରା ଧୂଆଁମୟ ହୋଇଯାଇଛି । ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇପାରୁ ନାହାନ୍ତି ଅଗ୍ନିଶମ ଟିମ୍ । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହଁ। ଲୁଗା ଦୋକାନରେ କପଡା ସାମଗ୍ରୀ ଥିବାରୁ ନିଆଁର ପ୍ରକୋପ ଅଧିକ ରହିଛି ।