Advertisment

Subarnapur: ଜାମୁଗଛ ଧରି ଜୀବନ ବଞ୍ଚାଇଲେ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସୁବର୍ଣ୍ଣପୁର ସାନକିରାଶିରା ନିକଟସ୍ଥ ସୁରୁବାଲି ଯୋରରେ ଜଣେ ଯୁବକ ଗାଧୋଇବାକୁ ଯାଇଥିବା ବେଳେ ଅଚାନକ ବନ୍ୟା ପାଣି ମାଡି ଆସିଥିଲା।

DROWNING-RESCUE

DROWNING-RESCUE

Advertisment

ନଦୀର ଭୟଙ୍କର ସ୍ରୋତ ଭିତରେ ଯୁବକଙ୍କ ଜୀବନ ଦେଲା ଜାମୁଗଛ । ନଦୀ ଭିତରେ ଜାମୁଗଛ ଧରି ଜୀବନ ମରଣ ମଧ୍ୟରେ ସଂଘର୍ଷ କରୁଥିବା ଯୁବକଙ୍କୁ ଉଦ୍ଧାର କରି କୂଳକୁ ଆଣିଲେ ଅଗ୍ନିଶମ ବାହିନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମପୁର ପଂଚାୟତ ସାନକିରାଶିରା ନିକଟସ୍ଥ ସୁରୁବାଲି ଯୋରରେ। ଗାଧୋଇବାକୁ ଯୋରକୁ ଯାଇଥିବା ବେଳେ ପ୍ରବଳ ସ୍ରୋତରେ ନଦୀ ମଝିରେ ଫସିଯାଇଥିଲେ ଯୁବକ ।

Advertisment

ସଂପୃକ୍ତ ଯୁବକ ଜଣକ ହେଲେ ସାନକିରାଶିରା ଗ୍ରାମର ଆଦର୍ଶ ପଧାନ । ତେବେ ଆଦର୍ଶଙ୍କ ସହ ଥିବା ଅନ୍ୟ ୫ ଜଣ ଯୁବକ ପହଁରି କୂଳକୁ ଆସି ନିଜ ଜୀବନ ବଞ୍ଚାଇଥିବା ବେଳେ ଫସି ରହିଥିଲେ ଆଦର୍ଶ । ଅନ୍ୟମାନେ ଘଟଣା ସମ୍ପର୍କରେ ତୁରନ୍ତ ସୁବଳୟା ପୋଲିସ ଏବଂ ବୀରାମହରାଜପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଏବଂ ସୁବଳୟା ପୋଲିସର ଏକ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଭାବେ ବନ୍ୟା ପାଣିରୁ ଉଦ୍ଧାର କରିଥିଲେ । ଯୁବକ ଜଣ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାପଡ଼ିଛି ।

ଅଧିକ ପଢନ୍ତୁ: ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ, ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

Subarnapur Flood Control Fire Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ