ହୁତୁ ହୁତୁ ହୋଇ ଜଳୁଛି ହୋଟେଲ..

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ମାତ୍ରା ଏତେ ଅଧିକ ଯେ, ପାଖ ଦୋକାନକୁ ବ୍ୟାପିବାର ଆଶଙ୍କା ରହିଛି ।

Hotel FireMishap

ଯାଜପୁରରେ ଜଳୁଛି ହୋଟେଲ । ଯାଜପୁର ଟାଉନର ମେଡିକାଲ୍ ସାମ୍ନା ରୁଚିକା ହୋଟେଲ୍‌ ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ପୁରା ହୋଟେଲ । ପୁରା ଅଞ୍ଚଳ ଧୁଆଁମୟ । ଆକାଶରେ କଳାହାଣ୍ଡିଆ ମେଘ ଭଳି ଛାଇଯାଇଛି କଳା ଧୁଆଁ । ତେବେ ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ମାତ୍ରା ଏତେ ଅଧିକ ଯେ, ପାଖ ଦୋକାନକୁ ବ୍ୟାପିବାର ଆଶଙ୍କା ରହିଛି ।