• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମୁମ୍ବାଇ- ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୭ଟା ୩୦ ବେଳେ ଟ୍ରେନ୍‌ଟି ସଙ୍ଗୋଲି ରୟାନ୍ନା ରେଲ୍‌ୱେ ଷ୍ଟେସନରେ ପହଞ୍ଚିବା ପରେ ଦୁଇଟି ବଗିରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ।

ଟ୍ରେନ୍‌ରେ ନିଆଁ ଲାଗିବା ବେଳେ ସେଥିରେ କୌଣସି ଯାତ୍ରୀ ନଥିଲେ । ସମସ୍ତ ଯାତ୍ରୀ ଓହ୍ଲାଇଯାଇଥିବାରୁ ଏକ ବଡ଼ ଅଘଟଣକୁ ଏଡାଇ ଦିଆଯାଇଛି। ତେବେ କେଉଁ କାରଣରୁ ଟ୍ରେନ୍‌ରେ ନିଆଁ ଲାଗିଲା ସେ ସମ୍ପର୍କରେ ଜଣାପଡିନାହିଁ ।