Advertisment

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଆଜି ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।

ଅଦ୍ୟତନ ହୋଇଛି
Fire breaks out

Fire breaks out

Advertisment

ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ । ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ଲାଗିଲା ନିଆଁ । ଆଜି ଭୋର୍‌ ସମୟରେ କେହି ଦୁର୍ବୃତ୍ତ ଏହି ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ ।

Advertisment

ସୂଚନା ଅନୁସାରେ ଆଜି ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ହେଲେ ଅତ୍ୟଧିକ ଧୁଆଁ ହେଉଥିବାରୁ ଅଗ୍ନିଶମ ବାହିନୀକୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଥିଲା। ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।

ତେବେ କିଏ ଏହି ନିଆଁ ଲଗାଇଲା, କାହିଁକି ନିଆଁ ଲଗାଇଲା ତାହାର କାରଣ ଅସ୍ପଷ୍ଟ ରହିଛି। ଏନେଇ ପୋଲିସ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ସୂଚନା ଅନୁସାରେ, ଗତ ୨୯ ତାରିଖରେ ପୁରୀରେ ଏକ ବଡ଼ ଅଘଟଣ ଘଟିଥିଲା । ପବିତ୍ର ଚନ୍ଦନ ଯାତ୍ରାର ଭଉଁରୀ ଅବସରରେ ଚାଲିଥିଲା ମହାପ୍ରଭୁଙ୍କ ଚାପ ଖେଳ । ପୁଷ୍କରିଣୀ ଚାରିପଟେ ଭକ୍ତିରେ ତଲ୍ଲିନ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼ । ହଠାତ୍ ଦେବୀ ଘାଟ ଦସତୁଠ ନିକଟରେ ହେଇଥିଲା ବଡ଼ ଧରଣର ବିସ୍ଫୋରଣ । ଚାପ ଖେଳ ବେଳେ ଫୁଟା ଯାଉଥିବା ବାଣ ସବୁ ଏକାସଙ୍ଗେ ଫୁଟିଯାଇଥିଲା । ଆଉ ଦେଖୁ ଦେଖି ବାଣ ନିଆଁ ଆସି ଶ୍ରଦ୍ଧାଳୁଙ୍କ ଦେହରେ ପଡିଥିଲା । ନିମିଷକ ମଧ୍ୟରେ ନିଆଁରେ ପୋଡି ଯାଇଥିଲେ ପିଲାଠୁ ବଡ଼, ୩୦ରୁ ଅଧିକ ଶ୍ରଦ୍ଧାଳୁ ।

ବାଣ ବିସ୍ଫୋରଣ ପରେ ଜୀବନ ବଂଚାଇବାକୁ ନରେନ୍ଦ୍ର ପୁଷ୍କରିଣୀ ଭିତରକୁ ଡେଇଁପଡିଥିଲେ ଅନେକ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀ ହସ୍ପିଟାଲରେ ବର୍ଣ୍ଣ ୱାର୍ଡ ନଥିବାରୁ ଆହତଙ୍କ ଚିକିତ୍ସା ସେଠାରେ ହୋଇପାରିନଥିଲା । ଆହତମାନଙ୍କୁ ତୁରନ୍ତ କଟକ SCB ମେଡିକାଲ ଓ ଭୁବନେଶ୍ୱରକୁ ଆସିଥିଲେ ।

Advertisment

ତେବେ ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨୪ ଜଣ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ରାଶି ଦେବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Puri Fire Breaks Out Gundicha Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ