Advertisment

ପୁଣି ଅଘଟଣ: ଦୂର୍ଗ-ପୁରୀ ଏକ୍ସପ୍ରେସ୍‌ରେ ଲାଗିଗଲା ନିଆଁ

ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
undefined

fire breakout puri durg express

Advertisment

ପୁଣି ଅଘଟଣ। ଦୁର୍ଗରୁ ପୁରୀ ଆସୁଥିବା ଏକ୍ସପ୍ରେସରେ ନିଆଁ ଲାଗିଛି। ଟ୍ରେନର ବଗି ତଳେ ନିଆଁ ଦେଖାଯାଇଥିଲା। ନୂଆପଡ଼ାର ଖରିଆରରୋଡ ଷ୍ଟେସନରେ ନିଆଁ ଆୟତ୍ତ ହୋଇଛି। ସ୍ଥାନୀୟ ଦମକଳ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି। ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି। ଏସି ବଗିର ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟିଥିଲା। ନିଆଁ ଆୟତ୍ତ ପରେ ଟ୍ରେନ୍ ପୁଣି ଗନ୍ତବ୍ୟମାର୍ଗରେ ଚାଲିଛି।

Advertisment

ସେହିପରି ତାମିଲନାଡୁରେ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଉଟିରୁ ମେଟୁପାଲାୟମ ଯାଉଥିବା ବେଳେ ତାମିଲନାଡୁର କୁନ୍ନୁରରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ସବୁଠାରୁ ବଡ଼ ଖବର ହେଲା, ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।  

Advertisment
ଲାଇନଚ୍ୟୁତ ହୋଇଥିବା ୨ ବଗିଲାଇନଚ୍ୟୁତ ହୋଇଥିବା ୨ ବଗି

Train Accident Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ