Advertisment

ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଲାଗିଲା ନିଆଁ

ନିଆଁ ଲାଗିବା ପରେ ତୁରନ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।

Fire in Hospital

Fire in Hospital

Advertisment

ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜରେ ନିଆଁ ଲାଗିଥିଲା । MCH କୋଠାର ଚତୁର୍ଥ ମହଲାରେ ହଠାତ୍ ନିଆଁ ଲାଗିଥିଲା । ନିଆଁ ଦେଖି ରୋଗୀ ପାଟି କରିଥିଲେ । ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି ।

Advertisment

ନିଆଁ ଲାଗିବା ପରେ ତୁରନ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଭବାନୀପାଟଣା ଟାଉନ ଥାନା ପୋଲିସ୍ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ | ତେବେ କ୍ଷୟକ୍ଷତି ଓ ଆହତ ନେଇ ସ୍ପଷ୍ଟ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Odisha Kalahandi Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ