Advertisment

Tragic Road Accident: ମହୁଲ ଗଛରେ ପିଟିହେଲା ବାଇକ୍; ବାପ-ଝିଅ ମୃତ, ପୁଅ ଗୁରୁତର

ଉଦଳା ଶରତ ଥାନା ରୁଗୁଡ଼ି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଝିଅକୁ ହଷ୍ଟେଲରୁ ନେଇ ଘରକୁ ଫେରୁଥିବା ବେଳେ ଗଛରେ ପିଟି ହୋଇ ବାପ-ଝିଅଙ୍କ ମୃତ୍ୟୁ । ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

ଅଦ୍ୟତନ ହୋଇଛି
Tragic Road Accident

Tragic Road Accident

Advertisment

ଏମିତି ବି ଆସେ ମୃତ୍ୟୁ...ଝିଅକୁ ହଷ୍ଟେଲରୁ ନେଇ ଘରକୁ ଫେରୁଥିଲେ ବାପ-ପୁଅ । ମାତ୍ର କେଇ ମିନିଟ୍‌ରେ ଘରେ ପହଞ୍ଚିଥାନ୍ତେ । ତା' ପୂର୍ବରୁ ଘଟିଗଲା ବଡ଼ ଅଘଟଣ । ଘରଠୁ ଅଳ୍ପ ଦୂରରେ ଭାରସାମ୍ୟ ହରାଇ ମହୁଲ ଗଛରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ଚାଲିଗଲା ବାପ-ଝିଅଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ରୁଗୁଡି ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ପୁଅ ଗୁରୁତର ହୋଇଥିବା ବେଳେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । 

Advertisment

ମୃତକମାନେ ହେଲେ ରୁଗୁଡ଼ି ଗ୍ରାମର କୁମାର ମାରାଣ୍ଡି ଓ ଝିଅ ସାଲଗେ ମାରାଣ୍ଡି । କପ୍ତିପଦା ଥାନା ଜାମୁପଦା ଆଶ୍ରମ ବିଦ୍ୟାଳୟରେ ଝିଅ ପାଠ ପଢୁଥିଲା । ଝିଅକୁ ହଷ୍ଟେଲରୁ ନେବା ପାଇଁ ପୁଅକୁ ସାଙ୍ଗରେ ଧରି ଆସିଥିଲେ କୁମାର । ହଷ୍ଟେଲରୁ ଝିଅକୁ ନେଇ ସମସ୍ତେ ବାଇକରେ ଘରକୁ ଫେରୁଥିବା ବେଳେ ଗାଁଠାରୁ ମାତ୍ର କେଇ ମିଟର ଦୂରରେ ଭାରସାମ୍ୟ ହରାଇ ଏକ ମହୁଲ ଗଛରେ ପିଟି ହୋଇଯାଇଥିଲା ବାଇକ । 

ଅଧିକ ପଢ଼ନ୍ତୁ:  ଭୟଙ୍କର ଦୁର୍ଘଟଣା: PCR ଭ୍ୟାନକୁ ଚାପିଦେଲା ହାଇୱା, ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ...

Advertisment

ଏଥିରେ ବାପ-ପୁଅ-ଝିଅ ତିନି ହେଁ ଦୂରକୁ ଛିଟିକି ହୋଇପଡିଥିଲେ । ଘଟଣାସ୍ଥଳରେ ବାପା କୁମାର ମାରାଣ୍ଡି ଏବଂ ଝିଅ ସାଲଗେ ମାରାଣ୍ଡିର ମୃତ୍ୟୁ ହୋଇଥିଲା । ପୁଅ ରୁଇଦାସ ମାରାଣ୍ଡି ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଖବର ପାଇ ଶରତ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଘସିଆନ-ଲରମ୍ଭା ରାସ୍ତାରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ବିବାହ ଭୋଜିରୁ ୪ ବର୍ଷର ପୁଅକୁ ନେଇ ବାପାମାଆ ଘରକୁ ଫେରୁଥିବା ବେଳେ ଟ୍ରକ ଧକ୍କା ଦେଇଥିଲା ।  ଦୁର୍ଘଟଣାରେ ବାପା ଭୀମ ବରିହା, ମା’ ଚନ୍ଦ୍ରିକା ବରିହା ଓ ମାମୁ ଆହତ ହୋଇଥିବାବେଳେ ୪ ବର୍ଷର ଛୁଆଟିର ମୃତ୍ୟୁ ହୋଇଯାଇଥିଲା । 

Advertisment
Mayurbhanj Road Accident Father Daughter Duo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ