Accident In Sundergarh
ସୁନ୍ଦରଗଡ ସଦର ଥାନା ତେଲେନଡିହିରେ ବଡ଼ ଧରଣର ମର୍ମନ୍ତୁଦ ଦୁର୍ଘଟଣା । ଅକାଳରେ ଚାଲିଗଲା ୫ ଜଣଙ୍କ ଜୀବନ । ଏକ ଅଟୋକୁ ଧକ୍କା ଦେଲା ହାଇୱା। ଫଳରେ ଅଟୋରେ ବସିଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଟୋରେ ୭ ଜଣ ଥିବା ବେଳେ ଆଉ ଦୁଇ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଓ ଗୁରୁତରଙ୍କ ଘର ବଗିଚାପଡା ଓ ମସଜିଦପଡା ଅଞ୍ଚଳରେ ।
ସୂଚନା ଅନୁଯାୟୀ, ସରସ୍ୱତୀନାଳାରେ ଭୋଜି ସାରି ଫେରିବା ବାଟରେ ତେଲେନଡିହି ନିକଟରେ ଠିଆ ହୋଇଥିଲା ଅଟୋ । ସୁନ୍ଦରଗଡରୁ କିଞ୍ଜିରିକେଲା ଆଡକୁ ଯାଉଥିଲା ହାଇୱା । ଅଟୋକୁ ସାମ୍ନାରୁ ଧକ୍କା ଦେଇଥିଲା। ଧକ୍କା ପରେ ଦୁଇଟି ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ହାଇୱା ଧକ୍କା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
#ହାଇୱା_ଧକ୍କାରେ_୫ମୃତ
-ସୁନ୍ଦରଗଡ଼: ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ
-ସଦର ଥାନା ତେଲେନଡିହିରେ ମର୍ମନ୍ତୁଦ ଦୁର୍ଘଟଣା
-୨ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି#Accident#Sundargarh#Odisha#OTVpic.twitter.com/fmIU4I57TS
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702809870.jpg)