Advertisment

ହାଇଟେକ୍ ମେଡିକାଲରେ ବିସ୍ଫୋରଣ, ଆଉ ଜଣଙ୍କ ମୃତ୍ୟୁ

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ।

ଅଦ୍ୟତନ ହୋଇଛି
Blast In Hi Tech Hospital

Blast In Hi Tech Hospital

Advertisment

ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ମୃତକଙ୍କ ନାଁ ଶ୍ରୀତମ ସାହୁ ଏବଂ ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗର ଚାଇଁପୁର ଗାଁରେ। ଶ୍ରୀତମଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଗତ ରାତିରେ ମୃତ୍ୟୁବରଣ କରିଥିବା ଶ୍ରୀତମ ସାହୁଙ୍କ ପରିବାରରେ କାନ୍ଦ ବୋବାଳି ପଡ଼ିଛି । ପରିବାରରରେ ଏକମାତ୍ର ରୋଜଗାରିଆ ପୁଅ ଥିଲେ ଶ୍ରୀତମ। ଏବେ ତାଙ୍କ ବିନା ପରିବାର କିଭଳି ଚଳିବ ସେକଥା କହିବା ବେଳେ କୋହ ସମ୍ଭାଳି ପାରୁନାହାନ୍ତି ଶ୍ରୀତମଙ୍କ ବାପା। ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣରେ ୪ ଜଣ ଆହତ ହୋଇଥିଲେ। ତେବେ ଏହି ବିସ୍ଫୋରଣର ଦୁଇ ଦିନ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏବେ ବି ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

Advertisment

ସୂଚନା ଅନୁସାରେ ଡିସେମ୍ବର ୨୯ରେ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ହୋଇଥିଲା। ହସ୍ପିଟାଲ ପରିସରରେ ଏସି ଗ୍ୟାସ୍‌ ଫିଲିଂ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଥିଲେ।

Bhubaneswar Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ