Advertisment

Truck full of beer fell down: ଧସିଲା ମାଟି, ଟ୍ରକ ଓଲଟି ରାସ୍ତା ସାରା ମଦର ବନ୍ୟା

ଧସିଲା ମାଟି, ତଳକୁ ଖସିଲା ମଦ ବୋଝେଇ ଟ୍ରକ । ଢାଳି ହୋଇଗଲା ପେଟି ପେଟି ମଦ । ହରିୟାଣାର  ଗୁରଗାଓଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଓ ହରିୟାଣାର ସ୍ଥିତି ବେହାଲ ହୋଇଛି ।

ଅଦ୍ୟତନ ହୋଇଛି
Truck fell down

Truck fell down

Advertisment

ବର୍ଷାରେ ବେହାଲ ଦିଲ୍ଲୀ-ହରିୟାଣା ।  ଗୁରଗାଓଁରେ  ଧସିଲା ମାଟି, ଓଲଟି ପଡିଲା ମଦ ବୋଝେଇ ଟ୍ରକ । ଆଉ ସେଥିରେ ଥିବା ମଦ ବୋତଲ ସବୁ ଚୁରମାର ହୋଇ ଏହି ମାଟିରେ ମିଶିଗଲା । ଆଉ ନଷ୍ଟ ହୋଇଗଲା ଟ୍ରକ୍‌ରେ ଲୋଡ୍ ହୋଇ ଯାଉଥିବା ପେଟି ପେଟି ମଦ । ଦୁର୍ଘଟଣାକୁ ନେଇ ଟ୍ରକ୍ ଡାଇଭର ଜଣକ କହିଛନ୍ତି, ବିୟର ବୋତଲ ସବୁ ନେଇ ଗୋଦାମ ଯାଉଥିଲି । ହଠାତ୍ ମାଟି ଅତଡା ଖସି ପଡିବାରୁ ଟ୍ରକ୍ ଓଲଟି ପଡିଲା । 

Advertisment

ସୂଚନାଯୋଗ୍ୟ, ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ, ଗୁରଗାଓଁ  ସମେତ ନୋଏଡା ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଅନେକ ଅଞ୍ଚଳ ଜଳବନ୍ଦୀ ହେବା ଯୋଗୁଁ ଲୋକଙ୍କୁ ପାଣି ଭିତରେ ଯାତାୟତ କରୁଛନ୍ତି । ହଠାତ୍ ବର୍ଷା ହେବା ଫଳରେ ଲୋକମାନେ ବସ୍ ଷ୍ଟପରେ ଆଶ୍ରୟ ନେଇଥିବା ଦେଖା ଦେଇଛି । 

ଆଇଏମଡି ପକ୍ଷରୁ ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନଥିଲେ ରାସ୍ତାରେ ଯାତାୟତ କରିବାକୁ ମନା କରାଯାଇଛି । ଘରର କବାଟ ଓ ଝରକା ବନ୍ଦ ରଖିବାକୁ କୁହାଯାଇଛି । ଏହାସହ ବର୍ଷା ହେବା ସମୟରେ ବିପଦ ଆଶଙ୍କା ଥିବାରୁ ଗଛ ତଳେ ଆଶ୍ରୟ ନେବାକୁ ବାରଣ କରାଯାଇଛି । 

Advertisment

ଅଧିକ ପଢନ୍ତୁ: ପ୍ରବଳ ବର୍ଷା ପରେ ରାଜଧାନୀ ଜଳମଗ୍ନ, ଯାତାୟତ ବାଧାପ୍ରାପ୍ତ; ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ

Gurugram Truck Accidents
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ