Advertisment

Car Accident: ଖାଲି ଡୋର୍ ଖୋଲିଦେଲେ, ଘଟିଲା ଏମିତି ଅଘଟଣ

କାର ଘଣ୍ଟାକୁ ୧୦୦ କିଲୋମିଟର ବେଗରେ ଚାଲୁଥିଲା । ଡ୍ରାଇଭର୍ ଗୁଟଖା ଛେପ ପକାଇବାକୁ ଡୋର୍ ଖୋଲିଦେଲେ। ତା' ପରେ....

ଅଦ୍ୟତନ ହୋଇଛି
Accident

Accident

Advertisment

ଘଣ୍ଟାକୁ ୧୦୦ କିଲୋମିଟର ବେଗରେ ଥିଲା କାର୍ । ଗୁଟଖା ଛେପ ପକାଇବାକୁ ହଠାତ୍ ଡ୍ରାଇଭର୍ ଖୋଲିଦେଲା ଡୋର୍ । ନିୟନ୍ତ୍ରଣ ହରାଇ ଗାଡିଟି ଓଲଟି ପଡିଲା । ଆଖି ପିଛୁଳାକେ ଚାଲିଗଲା ଜୀବନ । ଏହି ଘଟଣା ଘଟିଛି ଛତିଶଗଡର ବିଳାସପୁରରେ । ଜଣେ ଡ୍ରାଇଭରଙ୍କ ଅପରିଣାମଦର୍ଶିତା ପାଇଁ ଚାଲିଯାଇଛି ଜଣେ ବ୍ୟବସାୟୀଙ୍କ ଜୀବନ । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

Advertisment

ପୋଲିସର କହିବା ଅନୁଯାୟୀ, ପ୍ରାଣ ହରାଇଥିବା ବ୍ୟବସାୟୀଙ୍କ ନାଁ ଜକି ଗହି । ତାଙ୍କ ବୟସ ୩୧ ବର୍ଷ । ଗତ ରବିବାର ଦିନ ଜକି ଏକ ଲେଟ୍ ନାଇଟ୍ ପାର୍ଟିରେ ଯୋଗ ଦେଇଥିଲେ । ଏହି ପାର୍ଟି ପରେ ସେ ସେଠାରୁ ଯିବା ପାଇଁ ତାଙ୍କର ବନ୍ଧୁ ଆକାଶ ଚନ୍ଦାନୀଙ୍କୁ ଡାକିଥିଲେ । ଆକାଶ ତାଙ୍କର ଜଣେ ବନ୍ଧୁ ପଙ୍କଜ ଛାବ୍ରାଙ୍କୁ ସାଙ୍ଗରେ ଧରି ସେଠାରେ ପହଞ୍ଚି ଥିଲେ । ଆକାଶ କାର୍ ଡ୍ରାଇଭ୍ କରିଥିଲେ । ପଙ୍କଜ ଆଗ ସିଟରେ ବସିଥିଲେ । ପଛରେ ବସିଥିଲେ ଜକି ।

ବାଳାସପୁର- ରାୟପୁର ହାଇୱେରେ ଚାଲିଥିଲା ଗାଡି । ସ୍ପିଡ୍ ଥିଲା ଘଣ୍ଟାକୁ ପ୍ରାୟ ୧୦୦ କିଲୋମିଟର । ଡ୍ରାଇଭିଂ କଲାବେଳେ ଆକାଶ ପାଟିରେ ଗୁଟଖା ରଖିଥିଲେ । ଗାଡି ଦ୍ରୁତଗତିରେ ଯାଉଥିବା ବେଳେ ଛେପ ପକାଇବା ପାଇଁ ଆକାଶ କାରର ଡୋର୍ ଖୋଲି ଦେଇଥିଲେ । ଡୋର୍ ଖୋଲିବା ମାତ୍ରେ ତାଙ୍କ ନିୟନ୍ତ୍ରଣ ବାହରକୁ ଚାଲିଯାଇଥିଲା କାର୍ । ସେ ଚାହିଁଲେ ବି କାରକୁ ଅଟକାଇ ପାରିନଥିଲେ । ଡିଭାଇଡରରେ ପିଟି ହୋଇ କାରଟି ପଲଟି ମାରିଥିଲା । ଗଡି ଗଡି ଆଗରେ ଏଟକି ଥିଲା । ଏହାର ପ୍ରଭାବ ଏତେ ଜୋର୍ ଥିଲା ଯେ, କାରରେ ଥିବା ତିନି ଜଣଯାକ କାରରୁ ଛିଟିକି ଯାଇ ବାହାରେ ପଡିଥିଲେ । ଜକି ଗୋଟିଏ ଲୁହା ଖୁଣ୍ଟରେ ପିଟି ହୋଇଯାଇଥିଲେ । ତାଙ୍କ ମୁଣ୍ଡ, ଛାତି ଓ କାନ୍ଧରେ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା ।

Advertisment

ଅଧିକ ପଢ଼ନ୍ତୁ: ବର୍ଷା ରାତିର ବାରଣ ମାନିଲାନି ଡ୍ରାଇଭର,କାଳ ସାଜିଲା ଦୁର୍ଗମ ରାସ୍ତା

ଆକାଶ ଓ ପଙ୍କଜ କିଛି ଦୂରରେ ଭୂଇଁରେ ପଡିଥିଲେ । ଦୁଇ ଜଣ ଯାକ ଗୁରୁତର ଆହତ ହୋଇଛନ୍ତି । ଦ୍ରୁତ ଗତିରେ ଥିବା କାରଟି ଆଗକୁ ଯାଇ ଆଉ ଏକ ଗାଡିକୁ ଧକ୍କା ଦେଇଥିଲା । ତିନି ଚାରି ଗଡା ଦେଇ ରାସ୍ତାରେ ଆଉ ଏକ ଗାଡିକୁ ଧକ୍କା ଦେଇ ଅଟକିଥିଲା । ଛିଡା ହୋଇଥିବା କାରର ଡ୍ରାଇଭର ମଧ୍ୟ ଏଥିରେ ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍ ପୋଲିସ ଜବତ କରିଛି । ଏହି ଦୁର୍ଘଟଣାରେ ଆହତ ଦୁଇ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ହୃଦୟବିଦାରକ...ଏକାଠି ସାଙ୍ଗ ହୋଇ ଯାଇଥିଲେ ୧୧, ହେଲେ ଫେରିଛନ୍ତି କେବଳ ୪

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ