Bus Accident In Digapahandi
ଗଞ୍ଜାମ ଦିଗପହଣ୍ଡି ଥାନା ଲଷ୍ମୀନାରାୟଣପୁର ଛକରେ ବସ୍ ଦୁର୍ଘଟଣା । ବିଶ୍ରାମାଗାର ଉପରକୁ ମାଡିଗଲା ବସ୍ । ବସରେ ଚାପି ହୋଇ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ବୀଣାପାଣି ନାମକ ବସ୍ ଭୁବନେଶ୍ୱରରୁ ତୁରୁବୁଡ଼ି ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି । ବିଶ୍ରାମାଗାର ଉପରେ ବସଟି ଚଢିଯିବା ଫଳରେ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଡ୍ରାଇଭର ଜଣଙ୍କ ବସରେ ଚାପିହୋଇ ରହିଥିଲେ । ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସେପରେ କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ଚାରବାହାଲ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକକୁ ପଛପଟୁ ବସ୍ ପିଟିବାରୁ ଜଣେ ଯାତ୍ରୀ ମୃତ ଓ ୭ ଗୁରୁତର ହୋଇଛନ୍ତି।ଆଜି ଭୋର ସମୟରେ NH 26 ରେ ଥିବା ଏକ ସ୍କୁଲ ସମ୍ମୁଖରେ ଏକ ଟ୍ରକ ଠିଆ ହୋଇଥିଲା। ଭୁବନେଶ୍ବରରୁ ଉମରକୋଟ ଯାଉଥିବା ଯାତ୍ରୀବାହୀ ବସ୍ଟି ଟ୍ରକକୁ ଧକ୍କା ଦେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us