Advertisment

ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ, ୩ ମାସ ତଳେ ହୋଇଥିଲା ବାହାଘର

ଗତ ଫେବୃଆରୀ ୨୮ ତାରିଖରେ ବେଶ୍ ଧୁମଧାମରେ ବାହାଘର ହୋଇଥିଲା।

ଅଦ୍ୟତନ ହୋଇଛି
Doctor dies in road accident in Bhubaneswar

Doctor dies in road accident in Bhubaneswar

Advertisment

ହାତରୁ ମେହେନ୍ଦି ଲିଭିନି, କାନ୍ଥରୁ ଶୁଭ ବିବାହର ଲେଖା ବି ଲିଭିନି କିନ୍ତୁ ଲିଭିଗଲା ଭାବିଥିବା ଅନେକ ସ୍ୱପ୍ନ। ସଂସାର ଗଢୁ ଗଢୁ କେଇଟା ଦିନରେ ଉଡୁଜିଗଲା ସଂସାର। ୩ ମାସର ବିବାହ ନପୁରୁଣୁ ଆର ପାରିକୁ ଚାଲିଗଲେ ସ୍ୱାମୀ।  

Advertisment

ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ। ମାତ୍ର ୩ ମାସ ତଳେ ବାହାଘର ହୋଇଥିଲା। ପତ୍ନୀଙ୍କ ସହ ଖୁସି ମନାଇବାକୁ ଭୁବନେଶ୍ୱର ଆସୁଥିବା ବେଳେ ଯେମିତି ଛକି ବସିଥିଲା ମୃତ୍ୟୁ। ଭୁବନେଶ୍ୱର ଫାୟାର ଷ୍ଟେସନ୍ ଛକରେ ଦୁର୍ଘଟଣାରେ ଡାକ୍ତରଙ୍କ ମୃତ୍ୟୁ ହୋଇଛି।

ଗତ ଫେବୃଆରୀ ୨୮ ତାରିଖରେ ବେଶ୍ ଧୁମଧାମରେ ବାହାଘର ହୋଇଥିଲା। ଆଜି ୩ ମାସ ବିତିଥିବା ବେଳେ ତୃତୀୟ ମାସର ମ୍ୟାରେଜ ସେଲିବ୍ରେସନ କରିବାକୁ ଯାଉଥିଲେ। ହେଲେ ତାହା ଅଧାରେ ରହିଗଲା। କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହରେ ପୋଷ୍ଟ ମର୍ଟମ୍ ଚାଲିଛି । 

Advertisment

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ ଦୁର୍ଘଟଣା ଘଟିଛି, ନା ଆଉ କଣ କାରଣ ରହିଛି, ଏଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। କାହିଁକିନା ବିଳମ୍ବିତ ରାତିରେ ସେ ଏକୁଟିଆ ହିଁ ଆସୁଥିଲେ। ସେଥିପାଇଁ ପୋଲିସ ସ୍ଥାନୀୟ ସିସିଟିଭି ଯାଞ୍ଚ କରୁଥିବା ଜଣାପଡ଼ିଛି। 

ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୧୨ଟା ବେଳକୁ ବାଇକରେ କଟକ ଯାଉଥିଲେ ଡାକ୍ତର ମନୋଜ। ହେଲେ ଫାୟାର ଷ୍ଟେସନ ଛକ ପୂର୍ବରୁ ସିଆରପିଏଫ୍ କ୍ୟାମ୍ପସ ଦୁଇ ନମ୍ବର ଗେଟ୍ ସମ୍ମୁଖରେ ଘଟିଲା ଦୁର୍ଘଟଣା। ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ ଲୋକେ ମେଡିକାଲ ନେଇଥିଲେ। ହେଲେ ସେତେବେଳକୁ ସବୁ ସରିଯାଇଥିଲା।

Advertisment

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କ୍ୟାନସର ପ୍ରଫେସର ଥିଲେ ଡାକ୍ତର ମନୋଜ କୁମାର। ଗତ ଫେବ୍ରୁଆରୀ ୨୮ରେ କଟକ ଏସ୍‌ସିବି ମେଡିକାଲର ଡାକ୍ତରାଣୀ ସୁଶ୍ରୀ ସଙ୍ଗୀତାଙ୍କୁ ସେ ବିବାହ କରିଥିଲେ। ଆଜି ବିବାହକୁ ୩ ମାସ ପୁରୁଥିଲା। ସେଲିବ୍ରେସନ ପାଇଁ ଯୋଜନା କରିଥିଲେ ଡାକ୍ତର ଦମ୍ପତି। ଏଥିପାଇଁ କଟକରେ ରହୁଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ହୋଇଥିଲା ସବୁ ପ୍ରସ୍ତୁତି।

ହେଲେ ଆଗୁଆ ପହଞ୍ଚି ପତ୍ନୀଙ୍କୁ ସରପ୍ରାଇଜ୍ ଦେବାକୁ ପ୍ଲାନ୍ କରି ରାତି ୧୨ଟା ୧୫ରେ ବାଇକରେ କ୍ୱାର୍ଟର୍ସରୁ ବାହାରିଥିଲେ ମନୋଜ। ହେଲେ ତାଙ୍କ ସରପ୍ରାଇଜ୍, ସରପ୍ରାଇଜ୍ ହୋଇ ରହିଗଲା। ଦଇବ ଏମିତି ଦାଉ ସାଧିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ।

Marriage Doctor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ