Advertisment

Fire Breaks Out: ଫାଟିଲା ଗ୍ୟାସ ଟାଙ୍କି; ଜଳିଗଲେ ପୂରା ପରିବାର

ଗତକାଲି ରାତିରେ ଘରେ ରୋଷେଇ ଚାଲିଥିଲା। ଏହି ସମୟରେ ହଠାତ୍ ଗ୍ୟାସ ଲିକ୍ ହୋଇଥିଲା। ପରେ ସଙ୍ଗେ ସଙ୍ଗେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇ ବିସ୍ଫୋରଣ ହୋଇଥିଲା।

ଅଦ୍ୟତନ ହୋଇଛି
Gas Cylinder Blast In Bhadrak

Fire

Advertisment

ଗ୍ୟାସ ଟାଙ୍କି ଫାଟି ଜଳିଗଲେ ପରିବାରର ୩ ଜଣ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଉଚ୍ଚପଦା ସ୍ଥିତ ଗୁଡିଆ ସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ଆହତମାନେ ହେଲେ ବୃନ୍ଦାବନ ସାହୁ, ତାଙ୍କ ସ୍ତ୍ରୀ  ବାସନ୍ତୀ ଓ  ପୁଅ ଦୀପକ । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଲ୍ୟାଣ୍ଡିଂ ବେଳେ ରନୱେରେ ଓଲଟିଲା ବିମାନ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଗତକାଲି ରାତିରେ ଘରେ ରୋଷେଇ ଚାଲିଥିଲା। ଏହି ସମୟରେ ହଠାତ୍ ଗ୍ୟାସ ଲିକ୍ ହୋଇଥିଲା। ପରେ ସଙ୍ଗେ ସଙ୍ଗେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇ ବିସ୍ଫୋରଣ ହୋଇଥିଲା।

Advertisment

ଘରେ ଭିତରେ ଥିବା ବାପା, ମା’ ଓ ପୁଅ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ହେଲେ ସେମାନେ ଜଳି ଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ନିଆଁରେ ଦୁଇ ବଖରା ଘର ପୋଡ଼ି ଯାଇଥିଲା।

ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଜଳିଗଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ।

Bhadrak Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ