Advertisment

ସତର୍କ ! ଏଇ ବାଟେ ଗଲେ ଭିଡ଼ି ନିଅନ୍ତି ଯମ, ପ୍ରତିଦିନ ରାଜରାସ୍ତାରେ ଗଡ଼ୁଛି ମୁଣ୍ଡ...

ଯାନବାହାନ ଚଳାଚଳ ପାଇଁ କେତେ ଯେ ନିୟମ ସୃଷ୍ଟି ହେଉଛି, କିନ୍ତୁ ଥମୁନି ସଡ଼କ ଦୁର୍ଘଟଣାର ସଂଖ୍ୟା। କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା ବଢି ଚାଲିଥିବାବେଳେ ଆଞ୍ଚଳିକ ପରିବହନ ବିଭାଗ ନିଦରେ ଶୋଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Cuttack-Paradip-Chandbali Road Turns Death Trap

Cuttack-Paradip-Chandbali road turns death trap

Advertisment

ଜୀବନ କାହା ପାଇଁ ବା ମୂଲ୍ୟବାନ ନୁହେଁ ? ହେଲେ ବର୍ତ୍ତମାନ ସମୟ ସାଙ୍ଗରେ ସମସ୍ତେ ବିଜୁଳି ବେଗରେ ଗତି କରୁଛନ୍ତି। ଆଉ ଏହି ବେଗ ବେଳେବେଳେ ଏତେ ବଢିଯାଏ ଯେ, ନିମିଷକେ ଘଟେ ଦୁର୍ଘଟଣା, ଅକାଳରେ ଚାଲିଯାଏ ଜୀବନ। ଯାନବାହାନ ଚଳାଚଳ ପାଇଁ କେତେ ଯେ ନିୟମ ସୃଷ୍ଟି ହେଉଛି, କିନ୍ତୁ ଥମୁନି ସଡ଼କ ଦୁର୍ଘଟଣାର ସଂଖ୍ୟା। କେନ୍ଦ୍ରାପଡା ଜିଲ୍ଲା ରେ ରାସ୍ତା ଦୁର୍ଘଟଣା ବଢି ଚାଲିଥିବାବେଳେ ଆଞ୍ଚଳିକ ପରିବହନ ବିଭାଗ ନିଦରେ ଶୋଇଥିବା ଅଭିଯୋଗ ହୋଇଛି। 

Advertisment

ଅଧିକ ପଢ଼ନ୍ତୁ: ମରଣଯନ୍ତା ପାଲଟିଛି ରେଲୱେ ଫ୍ଲାଏ ଓଭରବ୍ରିଜ ବାଇପାସ ରାସ୍ତା, ନିର୍ମାଣ କାମ ବିଳମ୍ବ ଯୋଗୁଁ ବଢୁଛି ଜନଅସନ୍ତୋଷ

ଏଠି ସଡ଼କ ପାଲଟିଛି ମରଣଯନ୍ତା। ପ୍ରତିଦିନ ରାଜରାସ୍ତାରେ ଗଡ଼ୁଛି ମୁଣ୍ଡ। ସଡ଼କ ଦୁର୍ଘଟଣାରେ ଯାଉଛି ଅମୂଲ୍ୟ ଜୀବନ। କଟକ-ଚାନ୍ଦବାଲି ରାଜ୍ୟ ରାଜପଥର କାକତିଆ ଛକରୁ ଗଗୁଆ ଛକ ଯାଏ ୧୪ଟି ଜାଗାକୁ ଦୁର୍ଘଟଣା ପ୍ରବଣ ସ୍ଥାନ ଭାବେ ଚିହ୍ନଟ କରାଯାଇଛି। ସେହିପରି ୫୩ ନମ୍ବର ଜାତୀୟ ରାଜପଥର ବଡପାଳଗଡା ଠାରୁ ଲକ୍ଷ୍ମୀନାରାୟଣପୁର ଛକ ମଧ୍ୟରେ ପ୍ରାୟ ୧୨ଟି ସ୍ଥାନ ଦୁର୍ଘଟଣା ପ୍ରବଣ ସ୍ଥାନ ଭାବେ ଚିହ୍ନଟ ହୋଇଛି। ଏପରିକି କିଛି ସ୍ଥାନରେ ସତର୍କ ସୂଚନା ଲେଖା ବି ରହିଛି। କିନ୍ତୁ ଲୋକଙ୍କ ଭିତରେ ସଚେତନତା ନାହିଁ। ବେପରୁଆ ଗାଡ଼ି ଚାଳନା ଯୋଗୁ ପ୍ରତିବର୍ଷ ଯାଉଛି ଜୀବନ। ସେପଟେ ଦୁର୍ଘଟଣା ରୋକିବା ପାଇଁ ଆଞ୍ଚଳିକ ପରିବହନ ବିଭାଗ ହମ୍ପସ୍‌ ନିର୍ମାଣ ବା ଅନ୍ୟାନ୍ୟ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।

Advertisment

କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ ୨୦୨୧ ମସିହାରେ ୨୮ ଜଣ ଓ ୨୦୨୨ ମସିହାରେ ସଡ଼କ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଜାତୀୟ ରାଜପଥରେ ୨୦୨୧ରେ ୨୧, ୨୦୨୨ରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଗତ ୨ ବର୍ଷରେ ଜିଲ୍ଲାର ଗ୍ରାମାଞ୍ଚଳ ସଡ଼କରେ ମଧ୍ୟ ଦୁର୍ଘଟଣା ଘଟି ୯୬ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ୍ ଦୁଇ ବର୍ଷରେ ୧୮୬ ଜଣଙ୍କ ଜୀବନ ଯାଇଥିବା ତଥ୍ୟ କହୁଛି। 

ନିଶା ସେବନ କରି ଗାଡି ଚାଳନା , ଦ୍ରୁତ ଗତି, ବେଆଇନି ପାର୍କିଂ ସହ ରାସ୍ତା ଜବରଦଖଲ ଯୋଗୁ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି। ଅନ୍ୟପକ୍ଷେ, ରାସ୍ତାରେ ଗାଡ଼ି ଚାଳନା ନେଇ ଅନେକ ବ୍ୟକ୍ତି ସଚେତନ ନଥିବାରୁ ମଧ୍ୟ ପରିସ୍ଥିତି ଜଟିଳ ହୋଇ ପଡ଼ୁଛି। ଏନେଇ RTOଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେଇନଥିବାବେଳେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଦୁର୍ଘଟଣା ପ୍ରବଣ ସ୍ଥାନକୁ ବ୍ଲାକ୍ ସ୍ପଟ ଭାବେ ଚିହ୍ନଟ କରାଯାଇଛି। ଲୋକଙ୍କୁ ସଚେତନ ବି କରାଯାଉଛି। ପ୍ରତିବର୍ଷ ସବୁଠୁ ଅଧିକ ଜୀବନ ସଡ଼କ ଦୁର୍ଘଟଣାରେ ଯାଉଛି । ଏଣୁ ବେଳ ଥାଉ ଥାଉ ସାବଧାନ ଏବଂ ସଚେତନ ରହିବା ଆବଶ୍ୟକ।

Advertisment

(ରିପୋର୍ଟ- ମନୋଜ ସ୍ୱାଇଁ, କେନ୍ଦ୍ରାପଡ଼ା)

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ