ନିର୍ବାଚନରେ ନିୟୋଜିତ ଯବାନଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ ଗୁରୁତର !

୩୨ ଜଣ ଯବାନଙ୍କୁ ନେଇ ବସଟି ଦାନ୍ତେୱାଡାର ଫରସପାଲିରୁ ଫେରୁଥିଲା ଜଗଦଲପୁର । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ଯବାନ ଫେରୁଥିଲେ । ଆହତ ଯବାନଙ୍କୁ ଧିମ୍ରାପାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆଉ କିଛି ଆହତ ଯବାନଙ୍କୁ ତୁକାପାଲ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Bus Accident

ନିର୍ବାଚନରେ ନିୟୋଜିତ ଯବାନଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ । ଛତିଶତଗଡ଼ କୋଡେନାର ପୋଲିସ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ହୋଇଛନ୍ତି ୧୦ ଯବାନ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସ୍ ସାମନାକୁ ହଠାତ ଗୋରୁପଲ ପଳାଇ ଆସିବାରୁ ଭାରସାମ୍ୟ ହରାଇ ବସ୍ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା ।

୩୨ ଜଣ ଯବାନଙ୍କୁ ନେଇ ବସଟି ଦାନ୍ତେୱାଡାର ଫରସପାଲିରୁ ଫେରୁଥିଲା ଜଗଦଲପୁର । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ଯବାନ ଫେରୁଥିଲେ । ଆହତ ଯବାନଙ୍କୁ ଧିମ୍ରାପାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆଉ କିଛି ଆହତ ଯବାନଙ୍କୁ ତୁକାପାଲ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସେହିଭଳି ନବରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ରାଇଘର ଥାନା ଜୋଡେଙ୍ଗା ନିକଟରେ ଏକ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଟ୍ରକଟି ରାଇଘରରୁ ଛତିଶଗଡ ଯାଉଥିଲା । ଅନ୍ୟପଟେ ଦୁର୍ଘଟଣାର ଶିକାର ହୋଇଥିବା ଅଟୋଟି ସ୍ଥାନୀୟ ବୋରେଇ ଗାଁର ରାଇଘର ନିକଟସ୍ଥ ଧୋଡ୍ରା ପାରାକୁ ଯାଉଥିଲା । ଆହତ ମାନଙ୍କ ଚିକିତ୍ସା ଚାଲିଛି। ଘଟଣା ସ୍ଥଳରେ ରାଇଘର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ରାଜସ୍ଥାନର ଝଲାବାର ଅଞ୍ଚଳରେ ମଧ୍ୟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ମୃତ ଜଣେ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ବିବାହ ଭୋଜିରେ ଯୋଗ ଦେଇ ଫେରିବା ବେଳେ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି। ଦୁର୍ଘଟମା ଘଟାଇଥିବା ଟ୍ରକର ଡ୍ରାଇଭରକୁ ପୋଲିସ ଗିରଫ କରିଛି। ପୋଲିସ ଟ୍ରକୁ ନିଜ ହେଫାଜତକୁ ନେଇଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା କଳିଯାଇଛି । ପୋଲିସ ଘଟଣାର ଛାନଭିନ କରୁଛି।