ଅଦ୍ୟତନ ହୋଇଛି
Student Death
Advertisment
ସ୍କୁଲ ଖେଳ ଛୁଟିରେ ଅଘଟଣ । ରାସ୍ତା କାମର ଫଳକ ଖସି ପ୍ରଥମଶ୍ରେଣୀ ଛାତ୍ର ମୃତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧିନସ୍ଥ ଗଢିଆଳି ପଂଚାୟତ ଉଚ୍ଚପଦା ଗାଁରେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ ସୌଭାଗ୍ୟ ରଞ୍ଜନ ନାୟକଙ୍କ ପୁଅ ଅସିତ ନାୟକ ଖେଳ ଛୁଟି ସମୟରେ ବାହାରକୁ ଆସୁଥିବା ବେଳେ ଅଘଟଣର ଶିକାର ହୋଇଥିଲେ ।
Advertisment
ଏହି ସମୟରେ ରାସ୍ତା କାମ ପାଇଁ ଲାଗିଥିବା ଫଳକ ଅସିତଙ୍କ ଉପରେ ଖସି ପଡ଼ିଥିଲା । ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696421081.jpg)